Dead: ମୁମ୍ବାଇରେ ନୌସେନା ନାବିକ, ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ
"ମୁମ୍ବାଇ: ନୌସେନାର ଜଣେ ନାବିକ, ତାଙ୍କ ସ୍ତ୍ରୀ ଓ ଦୁଇ ଛୋଟ ପିଲାଙ୍କୁ ସେମାନଙ୍କ ମୁମ୍ବାଇ ଘରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।
ପ୍ରାଥମିକ ତଦନ୍ତରୁ ନାବିକଙ୍କର ମୃତ୍ୟୁ ଆତ୍ମହତ୍ୟା ଯୋଗୁ ହୋଇଥିବା ଜଣାପଡ଼ିଛି।
ନାବିକ ୩୦ ବର୍ଷୀୟ ପୂର୍ଣ୍ଣମଲ ଶମ୍ଭୁଲାଲ ମେହରା, ତାଙ୍କ ସ୍ତ୍ରୀ ୨୮ ବର୍ଷୀୟା ଓମା ପୂର୍ଣ୍ଣମଲ ମେହରା, ପୁଅ ଯଶ ପୂର୍ଣ୍ଣମଲ ମେହରା ଓ ୨ ମାସର ଶିଶୁର ମୃତଦେହ କଡ଼ା ସୁରକ୍ଷା କ୍ୟାଣ୍ଟନମେଣ୍ଟ ଅଞ୍ଚଳ ନେଭି ନଗରର ସେମାନଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି।Advertisment ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ନାବିକ ଜଣକ ଫାଶି ଦେଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି।
ଚାରିଜଣଙ୍କ ମୃତଦେହକୁ ମୁମ୍ବାଇର ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ।
ଶନିବାର ଏହି ଘଟଣା ସାମ୍ନାକୁ ଆସିଥିଲା।
Kurla Landslide: ମୁମ୍ବାଇର କୁର୍ଲାରେ ଭୂସ୍ଖଳନ: ୬ ମୃତ, ମାଟିତଳେ ବହୁ ଲୋକ ପୋତି ହୋଇ ରହିଥିବା ଆଶଙ୍କା...
ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଡେପୁଟି ପୁଲିସ କମିସନର ମନୀଷ କାଲୱାନିଆ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ନାବିକ ଆତ୍ମହତ୍ୟା କରିଛନ୍ତି, ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ଜଣାପଡିଛି।
ମୃତଦେହ ବ୍ୟବଚ୍ଛେଦ କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଛି।
ପୁଲିସ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
