Dead: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ
"ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଛି।
ବରଗଡ଼ ଥାନା ଅଧୀନ ବିଜେବି ନଗର ଅଞ୍ଚଳରେ ଆଜି ନିର୍ମାଣାଧୀନ ଶୌଚାଳୟରେ ପଡ଼ି ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
Advertisment ସୂଚନା ଅନୁସାରେ ବିଜେବି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକମାନେ କାମ କରୁଥିଲେ।
ଏହି ସମୟରେ ଅଘଟଣ ଘଟିଥିଲା।
ଶୌଚାଳୟ ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ଚାପି ହୋଇଯାଇଥିଲେ।
ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।
ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ନିର୍ମାଣାଧୀନ ଶୌଚାଳୟରେ ଶ୍ରମିକଙ୍କ ମୃତ୍ୟୁ ଘଟଣା ନୂଆ ନୁହେଁ।
ଏହି ଭଳି ଘଟଣା ବାରମ୍ବାର ଘଟୁଛି।
ଗତ ମେ" ମାସ ୨୮ ତାରିଖରେ କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ବ୍ଲକ ଅଧୀନ ଗୌଡ଼କର୍ଲାଖୁଣ୍ଟାରେ ମଧ୍ୟ ସମାନ ପ୍ରକାରର ଅଘଟଣ ଘଟିଥିଲା, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ଦିନ ସକାଳ ପ୍ରାୟ ୯ଟା ହେବ।
ଶୌଚାଳୟ ପାଇଁ ଖଞ୍ଜା ଯାଇଥିବା ସେଣ୍ଟ୍ରିଂ ଖୋଲିବା ପାଇଁ ପ୍ରଥମେ ଜଣେ ଶ୍ରମିକ ପ୍ରଥମେ ଭିତରକୁ ପ୍ରବେଶ କରିଥିଲେ।
କିଛି ସମୟ ପରେ ତାଙ୍କର ସ୍ବର ନରମି ଯାଇଥିଲା।
ବାହାରେ ଥିବା ଲୋକେ ଯେତେ ଡାକିଲେ ମଧ୍ୟ ଭିତରୁ କିଛି ଶଦ୍ଦ ଶୁଣାଯାଇ ନଥିଲା।
ଫଳରେ ସେମାନେ ଚିନ୍ତାରେ ପଡ଼ି ଯାଇଥିଲେ।
ଘର ମାଲିକ ମଧ୍ୟ ବ୍ୟଥିତ ହୋଇ ପଡୁଥିଲେ।
ଏହା ପରେ ଭିତରକୁ ଆଉ ୨ଜଣ ଶ୍ରମିକ ପ୍ରବେଶ କରିଥିଲେ।
ସେମାନଙ୍କର ଅବସ୍ଥା ମଧ୍ୟ ସମାନ ହୋଇ ଯାଇଥିଲା।
ଶେଷରେ ଶୌଚାଳୟ ଟାଙ୍କି ଭିତରକୁ ମାଲିକ ନିମାଇଁ ଏବଂ ତାଙ୍କର ପୁଅ ଆକାଶଙ୍କ ସମେତ ୭ ଜଣ ପ୍ରବେଶ କରିଥିଲେ।
ଯିଏ ବି ଭିତରକୁ ପ୍ରବେଶ କରୁଥିଲେ, ସିଏ ଅଣନିଃଶ୍ବାସୀ ହୋଇଯାଉଥିଲେ।
ନିସ୍ତେଜ ହୋଇ କେବଳ ହାତ ଠାରି ଇସାରା ଦେଉଥିଲେ।
କାହାରି ପାଟିରୁ କଥା ବାହାରୁ ନଥିଲା।
ଖନା ସ୍ବରରେ କହୁଥିଲେ।
ସତେ ଯେପରି ଯମର ଦଉଡ଼ି ଲାଗି ସାରିଥିଲା।
ଏହି ଘଟଣାରେ ମୋଟ୍ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।