Dead: ଗାଧୋଇବା ବେଳେ ମହାନଦୀରେ ନିଖୋଜ ନାବାଳକର ମୃତଦେହ ଉଦ୍ଧାର
"ବଡ଼ମ୍ବା: କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଶଙ୍ଖାମେରି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା।
ମହାନଦୀ କୂଳରେ ଗାଧୋଇବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ନିଖୋଜ ବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତ ବାଳକ ହେଲେ ଚନ୍ଦନ ସାହୁ।
Advertisment ସୂଚନା ଅନୁସାରେ, ଶଙ୍ଖାମେରି ଗାଁର କୈଳାସ ଚନ୍ଦ୍ର ସାହୁଙ୍କ ପୁଅ ଚନ୍ଦନ ବ୍ରାହ୍ମଣସାହି ନିକଟସ୍ଥ ମହାନଦୀ କୂଳକୁ ଗାଧୋଇବା ପାଇଁ ଯାଇଥିଲେ।
ଏହି ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀର ଗଭୀର ପାଣିରେ ପଡ଼ିଯାଇଥିଲେ।
ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ।
ବହୁ ଖୋଜାଖୋଜି ପରେ ଚନନ୍ଦଙ୍କୁ ଠାବ କରାଯାଇଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Flood: ମହାନଦୀ ଉପରମୁଣ୍ଡରେ ବନ୍ୟା ବିଭୀଷିକା: ଓଡ଼ିଶାର ସୀମାନ୍ତ ଗାଁ"କୁ ଛୁଇଁଲା ବନ୍ୟାପାଣି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

