Dangerous JCB Stunts: ରାମାୟଣ ନାଁରେ ଅଜବ କାଣ୍ଡ! ଜୀବନ୍ତ ସାପ ଖାଇଲେ କଳାକାର
ରାମାୟଣ ବାଦି ନାଟକରେ ଅଜବ ଦୃଶ୍ୟ....ରାକ୍ଷସ ବେଶରେ ଜୀବନ୍ତ ସାପ ଖାଉଛନ୍ତି କଳାକାର....
ଆଉ JCB ଉପରେ ଚଢ଼ି ଦେଖାଉଛନ୍ତି ବିପଜ୍ଜନକ ଷ୍ଟଣ୍ଟ୍...
କଳାକାରଙ୍କ ଏପରି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଗଞ୍ଜାମ ଜିଲ୍ଲା ଲାଞ୍ଜିଆ ଗ୍ରାମର କୁଠାଶାଳ ଯାତ୍ରାରେ ଦୁଇଟି ରାମାୟଣ ବାଦି ନାଟକ ଦଳ ମଧ୍ୟରେ ହୋଇଥିଲା ପ୍ରତିଯୋଗିତା।
ଗୋଟିଏ ପଟେ ବଉଳଝୁଳି ଗ୍ରାମର ଦଳ, ଅନ୍ୟପଟେ ଅଡ଼ବା ଗ୍ରାମର ଦଳ।
ହେଲେ କଳା ପ୍ରଦର୍ଶନ ନାଁରେ କିଛି ଦୃଶ୍ୟ ଏବେ ଚିନ୍ତା ବଢ଼ାଇଛି।
Advertisment ରାକ୍ଷସ ବେଶରେ ଜଣେ କଳାକାର ଜୀବନ୍ତ ସାପ ଖାଉଥିବା ଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିବା ବେଳେ, JCB ଉପରେ ଚଢ଼ି ଅନ୍ୟ କଳାକାରଙ୍କ ବିପଜ୍ଜନକ ଷ୍ଟଣ୍ଟ୍ ମଧ୍ୟ ସାମ୍ନାକୁ ଆସିଛି।
ଏପରିକି କିଛିଦିନ ପୂର୍ବରୁ ଏହି ଗ୍ରାମରେ ନାଟକ ମଞ୍ଚ ତଳେ ବାଣ ଫୁଟାଇବାରୁ ନିଆଁ ଲାଗି ଅନେକ ସାମଗ୍ରୀ ଜଳିଯାଇଥିଲା।
...
ତେବେ ପ୍ରଶ୍ନ ଉଠୁଛି, ଏଭଳି ନାଟକ ଲଗାଇବା ପାଇଁ କିଏ ଦେଉଛି ସାହସ?
ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ନିରବ କାହିଁକି?
ଯେଉଁଠି ଦଣ୍ଡନାଚ ବେଳେ ଅଶ୍ଳୀଳ ନୃତ୍ୟ ଭାଷା ପରିବେଷଣ ପାଇଁ ଜିଲ୍ଲା ପ୍ରଶାସନ ଗାଇଡ ଲାଇନ ଜାରି କରୁଛି।
କିନ୍ତୁ ରାମାୟଣ ନାଁରେ ଏଭଳି ବିପଦଜନକ ଷ୍ଟଣ୍ଟ ପ୍ରତି କାହିକି ଲାଗୁନି କଟକଣା।
ତେବେ ଘଟଣାଅକୁ ନେଇ ପୋଲିସ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।...
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
