Dandavat March for Justice: ନ୍ୟାୟ ପାଇଁ ଦଣ୍ଡବତ ଯାତ୍ରା, ଗୁହାରୀ କରିବେ ମୁଖ୍ୟମନ୍ତ୍ରୀଙ୍କୁ

Jul 09, 2026 - 17:52
Dandavat March for Justice: ନ୍ୟାୟ ପାଇଁ ଦଣ୍ଡବତ ଯାତ୍ରା, ଗୁହାରୀ କରିବେ ମୁଖ୍ୟମନ୍ତ୍ରୀଙ୍କୁ

ଦିମାସ ତଳେ ମୋବାଇଲ୍ ଟାୱାରରେ ଚଢ଼ିଥିଲେ, ଏବେ ଦଣ୍ଡବତ କରି ଆସୁଛନ୍ତି ଭୁବନେଶ୍ବର। ଢେଙ୍କାନାଳରେ ଦୁଇ ମାସ ତଳେ ମୋବାଇଲ ଟାୱାରରେ ଚଢିଥିଲେ ପୂର୍ବତନ OSAP କନେଷ୍ଟବଲ୍ ରୁଦ୍ରନାଥ ନାରାୟଣ ଦାସ। ଆଜି ପୁଣି ଥରେ ନିଜ ଗୁହାରୀ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ବର ବାହାରିଛନ୍ତି। ରୁଦ୍ର ୨୦୧୮ ମସିହାରେ OSAP ଫାଷ୍ଟ ବାଟାଲିୟନ ରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ପରେ ତାଙ୍କୁ ବିନା କାରଣରେ ଛଟେଇ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। 

ଘରେ ଆର୍ଥିକ ଅନଟନ ଭିତରେ ରୁଦ୍ରଙ୍କ ମାଆ ମଧ୍ୟ ଏବେ ଦୁରାରୋଗରେ ପୀଡିତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ଚିକିତ୍ସା ଓ ତାଙ୍କୁ ଚାକିରୀରେ ପୁନଃ ଥଇଥାନ ଦାବି କରି ଏକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ଚାକିରୀରେ ପୁନଃ ଥଇଥାନ ପାଇଁ ପ୍ରତିଶୃତି ଦେଇଥିଲା ପ୍ରଶାସନ। କିନ୍ତୁ ଦୁଇ ମାସ ପରେ ବି ଦାବି ପୂରଣ ନହେବାରୁ ଆଜି ଅଭିନବ ଭାବେ ପ୍ରତିବାଦ କରିଛନ୍ତି।  

୨ ମାସ ତଳେ ମୋବାଇଲ୍ ଟାୱାରରେ ଚଢ଼ିଥିଲେ
ଏବେ ଦଣ୍ଡବତ କରି ଆସୁଛନ୍ତି ଭୁବନେଶ୍ବର
ଟାୱାରରେ ଚଢିଥିଲେ ପୂର୍ବତନ OSAP କନେଷ୍ଟବଲ୍ 
ଆଜି ପୁଣି ଗୁହାରୀ ଜଣାଇବାକୁ ଆସୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ବର ବାହାରିଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।