Daily Horoscope 3rd July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 03, 2026 - 10:33
Daily Horoscope 3rd July 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଆତ୍ମୀୟଙ୍କ ସହଯୋଗରେ ସନ୍ତାନଙ୍କ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଚାକିରିରେ ପ୍ରାଧାନ୍ୟ ମିଳିବ ଓ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟରେ ସୁଧାର ଆସିବ।
ଦ୍ୱିଜା-ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ। ଗୁରୁଜନମାନଙ୍କ ସହିତ ମତାନ୍ତର ହୋଇପାରେ। ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ। ଲୋକମାନଙ୍କ ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ କରିବ।   
କୃତିକା- ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି। ମହିଳାମାନେ ପରିବାରରେ ଗୁରୁ ଦାୟିତ୍ୱ ତୁଲାଇବେ। ମାଲି ମକଦ୍ଦମାରେ ଜୟଯୁକ୍ତ ହୋଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  କିଛି ପଶୁ, ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ।

ବୃଷ-
କୃତିକା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ। ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ।
ରୋହିଣୀ- ରାଜନୀତିରେ ସାହାସିକ ପଦକ୍ଷେପ ନେଇ ଆଗକୁ ଅତିକ୍ରମ କରିବେ। ଶିକ୍ଷାର୍ଥୀମାନେ ବିଦ୍ୟାରେ ସଫଳତା ହାସଲ କରିବେ। ମହିଳାମାନେ ବନ୍ଧୁପ୍ରିୟ ରହିବେ।
ମୃଗଶିରା- ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ। ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ ଯାନବାହନ କିଣିବାରେ ସକ୍ଷମ ହୋଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ।

ମିଥୁନ-
ମୃଗଶିରା- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି। ବ୍ୟବସାୟ, ବାଣିଜ୍ୟରେ ସ୍ଥିରତା ଲାଗି ରହିବ। କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ।
ଆଦ୍ରା- କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଓ ବିବାଦ ଦେଖାଦେଇ ପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସା ମିଳିବ। ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ।
ପୁନର୍ବସୁ- ନୂଆ ପୋଷାକ ଭୂଷଣ କରିବେ। ଜମିବାଡି ପୂର୍ବ ସମସ୍ୟା ପୁଣି ଦେଖା ଦେଇପାରେ। ଭଲ କର୍ମ ପାଇଁ ସମ୍ମାନିତ ହେବା ସହିତ ଦକ୍ଷତା ପ୍ରତିପାଦିତ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। 


କର୍କଟ-

ପୁନର୍ବସୁ- କାମରେ ହଠାତ୍ କୌଣସି ଯୋଜନାରେ ପରିବର୍ତ୍ତନ କରିପାରନ୍ତି। କର୍ମକ୍ଷେତ୍ରରେ ସବୁ କାର୍ଯ୍ୟ ନିଜ ହାତରେ ଶେଷ କରିବେ। ଶରୀର ଭଲ ରହିବା ସହିତ ମିଷ୍ଠାନ୍ନ ଭୋଜନର ଯୋଗ ବୃଦ୍ଧି ରହିଛି।
ପୁଷ୍ୟା- ସନ୍ତାନମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ। ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ। ଘର ପାଇଁ ଆସବାବ କ୍ରୟ କରିବେ।
ଅଶ୍ଲେଷା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ। ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା କପଡାରେ କିଛି ଅରୁଆ ଚାଉଳ ଓ ମିଶ୍ରି ମିଶାଇ ଜଳରେ ଭସାଇ ଦିଅନ୍ତୁ।

ସିଂହ-
ମଘା- ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ। ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ। କର୍ମ କ୍ଷେତ୍ରରେ ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ।
ପୂ,ଫାଲଗୁନି- ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ।
ଉ,ଫାଲଗୁନି- ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। କ୍ୟାରିୟରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ । ଫିଲ୍ମ ଉଦ୍ୟୋଗୀ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।  ମହିଳାମାନଙ୍କୁ ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ। 

କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ। ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇଁ ଚେଷ୍ଟା କରିବେ। ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ।
ହସ୍ତା- ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ। ଯାତ୍ରା ସମୟରେ ଦୁର୍ଘଟଣା ଗସ୍ତ ହୋଇପାରନ୍ତି।
ଚିତ୍ରା- ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟହାନି ଯୋଗୁଁ ମନ ଉଦାସ ହେବ। ସ୍ଥଗିତ କାମକୁ ପୁରା ଦମରେ କରିବା ପାଇଁ ନିଷ୍ପତି ନେବେ।  
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ। 

ତୁଳା-
ଚିତ୍ରା- ସ୍ୱାସ୍ଥ୍ୟରେ ସୁଧାର ଏବଂ କାର୍ଯ୍ୟରେ ସଫଳତା ମିଳିପାରେ। ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି। କର୍ମ କ୍ଷେତ୍ରରେ ବିଳମ୍ବ ଯୋଗ ରହିଛି।
ସ୍ୱାତୀ- ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ। ଅଫିସରେ ବାକିକାମ ସବୁକୁ ସଂପୂର୍ଣ୍ଣ କରିବେ।
ବିଶାଖା- ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ। ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ। ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଧଳା ରଙ୍ଗର ପୋଷାକ ପିନ୍ଧି ଘରୁ ବାହାରନ୍ତୁ।

ବିଛା-

ବିଶାଖା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ। ନିଜର ଅହଂଭାବ ଯୋଗୁ କୈାଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବେ ନାହିଁ।
ଅନୁରାଧା- କର୍ମ କ୍ଷେତ୍ରରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇପାରନ୍ତି। ଛାତ୍ରଛାତ୍ରୀଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପାଠପଢାରେ ମନ ଦେବେ। ଚାକିରିଆଙ୍କ ଦରମା ବୃଦ୍ଧି ହୋଇପାରେ। ରାଜନୀତିରେ ସମ୍ମାନ ପାଇବେ ।
ଜ୍ୟେଷ୍ଠା- ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି। ଶିକ୍ଷାର୍ଥୀମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ। ରାଜନୈତିକ ନେତାମାନେ ଶାନ୍ତିକାମୀ ହେବେ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ।

ଧନୁ-
ମୂଳା- ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସମ୍ବାଦ ପାଇବେ। କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚ ପଦବୀ ପାଇବାରେ ସଫଳ ହେବେ। ପୁରୁଣାବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ।
ପୂ,ଷାଢା- ଶିକ୍ଷାର୍ଥୀମାନେ ଆତ୍ମ ନିର୍ଭରଶୀଳ ରହିବେ। ବ୍ୟବସାୟ ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ହେବ। ରାଜନେତାଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ।
ଉ,ଷାଢା- ଫିଲ୍ମ ଉଦ୍ୟୋଗୀ କ୍ଷେତ୍ରରେ ଥିବା ଭଲ ସୁଯୋଗ ମିଳିବ। ଶିକ୍ଷାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶାଗତ ହୋଇପାରନ୍ତି। କୋର୍ଟ ମାମଲାରେ ଫସି ଅଯଥା ଖର୍ଚ୍ଚ କରିବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ।

ମକର-
ଉ,ଷାଢା- ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମ କ୍ଷେତ୍ରରେ ମାପି ଚୁପି ଚଳି ବା ଭଲ ନହେଲେ କଳହ ଲାଗିପାରେ। ଗଣ୍ଡଗୋଳ ପରିସ୍ଥିତିରେ ମଧ୍ୟସ୍ଥି ହୁଅନ୍ତୁ ନାହିଁ।
ଶ୍ରବଣା- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ। ସାମାଜିକ ସହଯୋଗ ଲାଭ କରିବେ। ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି। କୈାଣସି ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ଧନିଷ୍ଠା- ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି। କୋର୍ଟ, କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ।   
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ।

କୁମ୍ଭ-
ଧନିଷ୍ଠା- ସ୍ୱାର୍ଥପରତା ଯୋଗୁଁ ଅନେକ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସମସ୍ତଙ୍କର ଆଦର ହେବେ।
ଶତଭିଷା- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ। ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ। ମହିଳାମାନେ କର୍ତ୍ତବ୍ୟନିଷ୍ଠା ପରାୟଣ ରହିବେ।
ପୂ,ଭାଦ୍ରପଦ- ଦୁଶାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ। ଶତୃଙ୍କର ଷଡଯନ୍ତ୍ରର ଶିକାର ହୋଇ ପାରନ୍ତି। ଋଣ ଗ୍ରସ୍ତ ହୋଇ ଜମି ବିକ୍ରୟ କରିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ।

ମୀନ-
ପୂ,ଭାଦ୍ରପଦ- ସୁସ୍ଥତା ପ୍ରକାଶ ପାଇବ। ଅଭାବ ହେତୁ ପରିବାରରେ କଳହ ଦେଖାଦେବ। ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ। କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତି କାମ ହାସଲ ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ଚେଷ୍ଟା କରିବେ।  
ଉ,ଭାଦ୍ରପଦ- ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଲାଭପ୍ରଦ ରହିବ। ରାଜନୀତିରେ ବରିଷ୍ଠ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଧର୍ମ କାର୍ଯ୍ୟରେ ଯୋଗ ଦେଇ ଦେବ ଦର୍ଶନ କରିବେ।
ରେବତୀ- ବିଦ୍ୟାର୍ଥୀମାନେ ଗୁରୁଜନମାନଙ୍କ ଆଜ୍ଞା ପାଳନ କରିବେ। ମହିଳାମାନେ ଅଳଙ୍କାରମାନ କ୍ରୟ କରି ପାରନ୍ତି। କିଣା ବିକା ବେଳେ ସାବଧନତା ଅବଲମ୍ବନ କରନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ।