State Takes Tough Stand: OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ, ସରକାରଙ୍କ କଡା ଆଭିମୁଖ୍ୟ
ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ସରକାରଙ୍କ କଡା ଆଭିମୁଖ୍ୟ। ରୋଗୀ ସେବା ଛାଡି ଧର୍ମଘଟ କରୁଥିବା ଡାକ୍ତରଙ୍କ ବନ୍ଦ ହେବ ଦରମା। ଏପରିକି ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ ଦେବା ପରେ ଟର୍ମିନେଟ୍ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସପିଟାଲ, ସିଡିଏମଓ ପିଏଚଓଙ୍କୁ ଚିଠି କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ସରକାର। ସେପଟେ କିନ୍ତୁ ଧର୍ମଘଟ ଜାରି ରଖିଛିି, ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ-ଓମସା। ଆନ୍ଦୋଳନ କରୁଥିବା ଡାକ୍ତର କହିଛନ୍ତି, ସେମାନଙ୍କ ଦାବି ଯୁକ୍ତିଯୁକ୍ତ। ସରକାର ସେମାନଙ୍କୁ ଚେତାବନୀ ଦେଲେ ବି ଦାବି ପୂରଣ ପାଇଁ ସେମାନେ ଆନ୍ଦୋଳନ ଜାରି ରଖିବେ।
କେନ୍ଦ୍ରୀୟ ବେତନ ଗଠନ ଅନୁଯାୟୀ ଯୋଗ୍ୟତା ତାରିଖରୁ ଡାଇନାମିକ୍ ଆସ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ୍ କାର୍ଯ୍ୟକାରୀ କରିବା, ସମସ୍ତ ଗ୍ରେଡ୍ ରେ ଆନୁପାତିକ କ୍ୟାଡର ପୁନର୍ଗଠନ, ସୁପର ସ୍ପେସାଲିଷ୍ଟ, ସ୍ପେସାଲିଷ୍ଟ, ଡିପ୍ଲୋମାଧାରୀ ଡାକ୍ତର, ପ୍ରଶାସକଙ୍କ ପାଇଁ ବର୍ଦ୍ଧିତ ପ୍ରୋତ୍ସାହନ ଓ ମୃତଦେହ ବ୍ୟବଚ୍ଛେଦ ଭତ୍ତା ଭଳି ୧୦ଟି ଦାବିରେ ଧାରଣା ଦେଇଛନ୍ତି ଡାକ୍ତର।
ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ
OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
OMHS କ୍ୟାଡର୍ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି
ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସପିଟାଲ, ସିଡିଏମଓ ପିଏଚଓଙ୍କୁ ଚିଠି
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି