Cyclonic circulation over Thailand: ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ: ୧୯ରେ ଲଘୁଚାପ, ୨୩ ଓ ୨୪ ତାରିଖରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ

Sep 17, 2026 - 03:22
Cyclonic circulation over Thailand: ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ: ୧୯ରେ ଲଘୁଚାପ, ୨୩ ଓ ୨୪ ତାରିଖରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ

"ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ଭୟ ମଧ୍ୟରେ ଆଜି ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏହା ବ୍ୟାପିଛି।

ସେପ୍ଟେମ୍ବର ୧୮ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ଏହା ପ୍ରବେଶ କରିବାର ସମ୍ଭାବନା ରହିଛି।

ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟ‌ରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୩/୨୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟାରେ ପରିଣତ ହେବ କି ଗଭୀର ଅବପାତର ରୂପ ନେବ ସେ ସଂପର୍କରେ ବିଭାଗ ଏପର୍ଯ୍ୟନ୍ତ କୌଣସି ଆକଳନ କରି ନାହିଁ।

ଯେତେବେଳେ କି ବିଦେଶର ପାଣିପାଗ ସଂସ୍ଥାଗୁଡ଼ିକ ବ‌ଙ୍ଗୋପସାଗରରେ ଛୋଟ ଧରଣର ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି।Advertisment UP: ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ ଓଡ଼ିଶା ଉପର ଦେଇ ଏକାଧିକ ଟ୍ରଫ୍‌ ଲାଇନ୍‌ ଯାଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିବ।

ଗୁରୁବାର ସକାଳ ସୁଦ୍ଧା ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି।

୧୮ ତାରିଖରେ ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ୧୯ ଓ ୨୦ ତାରିଖରେ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରିନଥିବା ସ୍ପଷ୍ଟ କରିଛି।

ତେବେ ଇସ୍ରୋ ବୈଜ୍ଞାନିକଙ୍କ ଆକଳନ ପରେ ବାତ୍ୟା ଚର୍ଚ୍ଚା ବଢ଼ିବାରେ ଲାଗିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ବଙ୍ଗୋପସାଗରରେ କୌଣସି ବାତ୍ୟା ସୃଷ୍ଟି ହୋଇ ନଥିବାରୁ ଭୟଭୀତ ହେବାର କାରଣ ନାହିଁ।

Gun: ବନ୍ଧୁକ ଦେଖାଇ ଭିଡିଓ କରିବା ମହଙ୍ଗା ପଡ଼ିଲା: ମୌର୍ଯ୍ୟମଣିଙ୍କୁ ଯାଆଁଳାରୁ ଉଠାଇନେଲା ପୁଲିସ, ୨ ବନ୍ଧୁକ ଜବତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)