Cyclone: ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗର ସମୀକ୍ଷା: କଳାବଜାର ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ଯଦି କେହି ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କରୁଥିବା ଜଣାପଡ଼େ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହା ଉପରେ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନଜର ରଖିବାକୁ କୁହାଯାଇଛି। ଲୋକେ ଏ ସଂକ୍ରାନ୍ତରେ ସ୍ଥାନୀୟ ମୁଖ୍ୟ ଯୋଗାଣ ଅଧିକାରୀ କିମ୍ବା ଯୋଗାଣ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି।
National Lawn Bowls: ଜାତୀୟ ଲନ୍ବଲ୍ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ
ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ବିଭାଗର ସମୀକ୍ଷା
ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ
ଶକ୍ତି ବିଭାଗର ଜରୁରିକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ
ସେପଟେ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ଲାଗି ଅତ୍ୟାବଶ୍ୟକ ଔଷଧ ଓ ହାଲୋଜେନ ବଟିକା, ବ୍ଲିଚିଂ ପାଉଡର ପର୍ଯ୍ୟାପ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାଇରିଆ, ହଇଜା, ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଜଳବାହିତ ଏବଂ ଭେକ୍ଟରଜନିତ ରୋଗ ଉପରେ ନିରନ୍ତର ନଜର ରଖିବା ଓ ଆବଶ୍ୟକସ୍ଥଳେ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
Tribal worker: ରାମ୍କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ
ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଆଜିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରିକାଳୀନ ସମୟକୁ ଗୁରୁତ୍ୱ ଦେଇ ବିଦ୍ୟୁତ୍ ଗ୍ରିଡ୍ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ୍ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି। ଟିପିସିଓଡିଏଲ୍ ପାଇଁ ବ୍ରହ୍ମପୁରର ଆମ୍ବଗଡ଼ଠାରେ କେନ୍ଦ୍ରୀୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଗ୍ରାହକଙ୍କ ପାଇଁ ୯୧୨୪୨୯୩୩୧୪ କିମ୍ବା ଟୋଲ୍ ଫ୍ରି ନମ୍ବର୧୯୧୨/୧୮୦୦୨୦୨୬ ଜାରି କରାଯାଇଛି। ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ୍, ଆଦି ଶକ୍ତି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
