Cyclone Murasu: ବାତ୍ୟା ମୁରସୁ ନାମର ଅର୍ଥ କ’ଣ? ଜାଣନ୍ତୁ ପ୍ରାଚୀନ ତାମିଲ ପରମ୍ପରା ସହ ଏହାର ସମ୍ପର୍କ...

Nov 02, 2026 - 14:18
Cyclone Murasu: ବାତ୍ୟା ମୁରସୁ ନାମର ଅର୍ଥ କ’ଣ? ଜାଣନ୍ତୁ ପ୍ରାଚୀନ ତାମିଲ ପରମ୍ପରା ସହ ଏହାର ସମ୍ପର୍କ...

ବାତ୍ୟା 'ମୁରସୁ' ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଆଡକୁ ମାଡ଼ି ଆସୁଥିବାବେଳେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ଏହି 'ମୁରସୁ' ଶବ୍ଦଟିର ଅର୍ଥ କ'ଣ ଏବଂ ଏହାର ଇତିହାସ କ'ଣ?

Advertisment ଆହୁରି ପଢ଼ନ୍ତୁ: ସ୍ଥଳଭାଗ ମୁହାଁ ବାତ୍ୟା 'ମୁରାସୁ'; ମୁରାସୁ ବାତ୍ୟା ପାଇଁ ରାୟଗଡ଼ା ଓ କନ୍ଧମାଳରେ ସ୍କୁଲ୍ ଛୁଟି ଘୋଷଣା ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ନାମକରଣ କରାଯାଇଥିବା ଏହି ବାତ୍ୟାର ନାଁ ଏକ ପ୍ରାଚୀନ ଐତିହାସିକ ପରମ୍ପରା ସହିତ ଜଡ଼ିତ ଅଛି।

କ'ଣ ଏହି 'ମୁରସୁ'?

'ମୁରସୁ' ହେଉଛି ଏକ ପାରମ୍ପରିକ ତାମିଲ ପର୍କଶନ୍ ବା ବାଦ୍ୟଯନ୍ତ୍ର ବା ଏକ ପ୍ରକାର ଡ୍ରମ୍।

ପ୍ରାଚୀନ ତାମିଲ ସମାଜରେ ଏହି ଡ୍ରମ୍ କେବଳ ସଙ୍ଗୀତ ପାଇଁ ନୁହେଁ, ବରଂ ଗ୍ରାମବାସୀ କିମ୍ବା ରାଜ୍ୟବାସୀଙ୍କୁ ବିପଦ ସମ୍ପର୍କରେ ସତର୍କ କରାଇବା ପାଇଁ ବ୍ୟବହାର କରାଯାଉଥିଲା।

ଇତିହାସ ଓ ଗବେଷଣା ଅନୁଯାୟୀ, ପ୍ରାଚୀନ କାଳରେ ରାଜାମାନଙ୍କର ଗୁରୁତ୍ୱପୂର୍ଣ୍ଣ ସୂଚନା, ରାଜକୀୟ ଘୋଷଣା, କର ସମ୍ବନ୍ଧୀୟ ସୂଚନା ଓ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସୈନିକମାନଙ୍କୁ ଏକାଠି କରିବା ପାଇଁ ଏହି 'ବେରିଗାଇ' ବା ମୁରସୁ ବଜାଯାଉଥିଲା।

ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଶତ୍ରୁ ଆକ୍ରମଣ ଭଳି ବିପଦ ସମୟରେ ଲୋକଙ୍କୁ ସତର୍କ କରାଇବା ପାଇଁ ଏହି ଡ୍ରମ୍ ଏକ ପ୍ରମୁଖ ଜରିଆ ଥିଲା।

ବାତ୍ୟାର ନାମ 'ମୁରସୁ' କିପରି ହେଲା?

ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ନାମକରଣ ପାଇଁ ବିଶ୍ୱ ପାଣିପାଗ ସଂଗଠନ ଏବଂ ଇଏସ୍‌ସିଏପିର ଏକ ମିଳିତ ପ୍ୟାନେଲ୍ ରହିଛି।

ଏହି ପ୍ୟାନେଲରେ ଥିବା ୧୩ଟି ଦେଶ ପ୍ରତ୍ୟେକେ ୧୩ଟି କରି ନାଁ ପ୍ରସ୍ତାବ ଦେଇଥାନ୍ତି (ସମୁଦାୟ ୧୬୯ଟି ନାମ)।

ଏହି କ୍ରମରେ ଭାରତ ସରକାର ଯେଉଁ ନାମଗୁଡ଼ିକ ତାଲିକାଭୁକ୍ତ କରିଥିଲେ, ସେଥିରେ 'ମୁରସୁ' ମଧ୍ୟ ସାମିଲ ଥିଲା।

ଆଇଏମ୍‌ଡି ଦ୍ୱାରା ନିର୍ଦ୍ଧାରିତ କ୍ରମ ଅନୁଯାୟୀ ବର୍ତ୍ତମାନର ଏହି ବାତ୍ୟାକୁ 'ମୁରସୁ' ନାମ ଦିଆଯାଇଛି।

ଯଦିଓ ବାତ୍ୟାର ନାମ ଏହାର ତୀବ୍ରତା କିମ୍ବା କ୍ଷତିକୁ ଦର୍ଶାଏ ନାହିଁ, ତଥାପି 'ମୁରସୁ'ର ଏହି ଐତିହାସିକ ପୃଷ୍ଠଭୂମି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ଓ ଲୋକଙ୍କୁ ସତର୍କ କରାଇବାର ଚେତାବନୀ ସହିତ ଆଶ୍ଚର୍ଯ୍ୟଜନକ ଭାବେ ମେଳ ଖାଉଛି।

ଆହୁରି ପଢ଼ନ୍ତୁ: ୫୦ ଥର ବଦଳା ଯାଇଥିଲା ପୁଷ୍ପକ ବିମାନର ଡିଜାଇନ୍; ଚଳଚ୍ଚିତ୍ର 'ରାମାୟଣ' ନେଇ ବଡ଼ କଥା କହିଲେ ନିତେଶ ତିୱାରୀ ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)