Cyclone Arnab Aftermath: ବାତ୍ୟା ଅର୍ଣ୍ଣବର ବର୍ଷା ବିତ୍ପାତ: ଗଞ୍ଜାମ ସର୍ବାଧିକ ପ୍ରଭାବିତ, ୪୩ ହଜାର ପ୍ରଭାବିତ
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଦ୍ବାରା ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଅବିଶ୍ରାନ୍ତ ମୂଷଳଧାରାରେ ବର୍ଷା ଯୋଗୁଁ ଗଞ୍ଜାମ , ଗଜପତି , କନ୍ଧମାଳ , କୋରାପୁଟ , ଓ ରାୟଗଡ଼ ଜିଲ୍ଲା ପ୍ରଭାବିତ ହୋଇଛି।
ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନାରେ ଗଞ୍ଜାମ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।
Advertisment ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମିଳିଥିବା ସଦ୍ୟତମ ସୂଚନାନୁସାରେ, ଗଞ୍ଜାମରେ ଲଗାଣ ବର୍ଷା ଦ୍ବାରା ୪୨,୫୬୪ଜଣ ପ୍ରଭାବିତ ହୋଇଥିବା ବେଳେ ଗଜପତି (୩୦,୦୦୦) ଏବଂ କନ୍ଧମାଳ (୧୨,୦୦୦) ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇଛନ୍ତି।
ବିପଦପୂର୍ଣ୍ଣ ଅଞ୍ଚଳରୁ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି।
ଆଜି ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲଗାଣବର୍ଷାର ପ୍ରଭାବ ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିରେ ଏସ୍ଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି l ବୈଠକରେ, ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ଏବଂ ବିପର୍ଯ୍ୟୟର ପ୍ରଭାବ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି।
Cyclone Arnab Aftermath: ବାତ୍ୟା ଅର୍ଣ୍ଣବର ବର୍ଷା ବିତ୍ପାତ: ଗଞ୍ଜାମ ଓ ଗଜପତିରେ ୧ହଜାର ଗାଁ ପ୍ରଭାବିତ ବୈଠକରୁ ମିଳିଥିବା ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗଜପତି ଓ କନ୍ଧମାଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି।
ବାତ୍ୟା ପରବର୍ତ୍ତୀ ବୃଷ୍ଟିପାତ ଯୋଗୁଁ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି ଏବଂ ରାସ୍ତାଘାଟର ବ୍ୟାପକ କ୍ଷତି ଘଟିଛି।
ଏହି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର ଓ ରିଲିଫ୍ ରେ ନିୟୋଜିତ ହୋଇଛନ୍ତି।
ହେଲିକପ୍ଟର ମାଧ୍ୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି।
ସବୁଠାରୁ ଅଧିକ ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପ (ଆଶ୍ରୟସ୍ଥଳୀ) ଖୋଲାଯାଇଛି ।
Cyclone Arnab Review: 'ବାତ୍ୟା ଅର୍ଣ୍ଣବ' ସ୍ଥିତି ସମୀକ୍ଷା: ୧୯ ହଜାର ମାଛଧରା ଡଙ୍ଗା ଉଦ୍ଧାର, ୪ ହଜାର ଜଣ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନାନ୍ତର ଏହି ସ୍ଥାନାନ୍ତର ପ୍ରକିୟାରେ ଗର୍ଭବତୀ ମହିଳାମାନଙ୍କୁ ସର୍ବାଗ୍ରେ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦିଆଯାଉଛି।
ଏହା ସହିତ ରିଲିଫ୍ କ୍ୟାମ୍ପଗୁଡ଼ିକରେ ଶୁଖିଲା ଖାଦ୍ୟ, ଚାଉଳ, ଗୁଡ଼, ପଲିଥିନ୍ ସିଟ୍ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି।
କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ବିଦ୍ୟୁତ୍ ସେବାକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
