Cyclone Alert in Bay of Bengal: ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୧୬ରେ ବାତ୍ୟା! ଓଡ଼ିଶାରେ ୧୮ରୁ ବର୍ଷା ନେଇ ୟେଲୋ ଆଲର୍ଟ

Nov 14, 2026 - 09:21
Cyclone Alert in Bay of Bengal: ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ, ୧୬ରେ ବାତ୍ୟା! ଓଡ଼ିଶାରେ ୧୮ରୁ ବର୍ଷା ନେଇ ୟେଲୋ ଆଲର୍ଟ

ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ।

ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେଲା।

ଏହା ବର୍ତ୍ତମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ସକ୍ରିୟ ଥିବା ବେଳେ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ରହିଛି।

୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ।

୧୬ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା।

Advertisment ସମ୍ଭାବ୍ୟ ବାତ୍ୟାର ନାଁ ରହିବ ଅକ୍ବାନ୍।

ତେବେ ସାଇକ୍ଲୋନରେ ପରିଣତ ହେଲେ କୁଆଡ଼େ ମୁହାଁଇବ, କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁଇବା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି।

ତେବେ ଯଦି ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଏ, ତେବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡକୁ ଯିବା ଆଶଙ୍କା ରହିଛି।

ଅନ୍ୟପଟେ ନଭେମ୍ବର ବାତ୍ୟା ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା କ୍ଷୀଣ।

ଓଡ଼ିଶାରେ ସିଧାସଳଖ ବାତ୍ୟା ପ୍ରଭାବ ପଡ଼ିବା ସମ୍ଭାବନା କ୍ଷୀଣ କୁହାଯାଉଥିଲେ ମଧ୍ୟ ୧୮ ତାରିଖରୁ ରାଜ୍ୟରେ ବର୍ଷା ହେବା ନେଇ ଜାରି ହୋଇଛି ୟେଲୋ ଆଲର୍ଟ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)