Cyclone Akvan Weakens: ଓଡ଼ିଶା ଛୁଇଁଲା ନଭେମ୍ବର ବାତ୍ୟା ଅକଓ୍ୱାନ; ଦୁର୍ବଳ ହୋଇ ସ୍ଥଳଭାଗ ଛୁଇଁଲା, ବର୍ଷାରେ ବେହାଲ ଓଡିଶା

Nov 20, 2026 - 20:35
Cyclone Akvan Weakens: ଓଡ଼ିଶା ଛୁଇଁଲା ନଭେମ୍ବର ବାତ୍ୟା ଅକଓ୍ୱାନ; ଦୁର୍ବଳ ହୋଇ ସ୍ଥଳଭାଗ ଛୁଇଁଲା, ବର୍ଷାରେ ବେହାଲ ଓଡିଶା

୩୦ ବର୍ଷ ପରେ ଓଡ଼ିଶା ଛୁଇଁଲା ନଭେମ୍ବର ବାତ୍ୟା।

ଗୋପାଳପୁର ପାଖରେ ଦୁର୍ବଳ ହୋଇ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଅକଓ୍ୱନ।

୭୦ରୁ ୮୦ କିଲୋମିଟର ବେଗରେ ବହିଲା ପବନ ।

ପବନ ସିନା କମ୍ ହେଲା, ହେଲେ ଭୀଷଣ ବର୍ଷାରେ ବେହାଲ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା।

ଦୁର୍ବଳ ହୋଇ ଅବପାତ ଭାବେ ଅକ୍ବାନ ଆଗକୁ ବଢୁଥିବାବେଳେ ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶାକୁ ବର୍ଷା ବିପଦ ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

Advertisment ଭୀଷଣ ରୂପରେ ଆସିଲା।

ଲ୍ୟାଣ୍ଡଫଲ୍ ଆଗରୁ ଦୁର୍ବଳ ହୋଇଗଲା।

ଗୋପାଳପୁର ପାଖରେ ପିଟିହେଲା।

ପବନ କମ୍, ବେଶି ବର୍ଷିଲା ସମୟ ସକାଳ ସାଢେ ୭ଟା।

ଆରମ୍ଭ ହୋଇଥିଲା ବାତ୍ୟା ଅକୱାନର ଲ୍ୟାଣ୍ଡଫଲ୍ ପ୍ରୋସେସ୍।

ଉଗ୍ର ହୋଇପଡ଼ିଲା ସମୁଦ୍ର, ଆଖିବୁଜା ବର୍ଷିଲା ବର୍ଷା।

ପାଣିପାଗ ବିଭାଗର ସୂଚନା ଅନୁସାରେ, ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ଗୋପାଳପୁରଠୁ ପ୍ରାୟ ୧୫ କିଲୋମିଟର ଦୂରରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟା ଅକ୍ବାନ।

ଉପକୂଳକୁ ହିଟ୍ କରିବା ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ବହିଥିଲା ପବନ।

ଝଟକା ପବନର ବେଗ ଥିଲା ୯୦ କିଲୋମିଟର।

ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା।

ପରେ ଆହୁରି ଦୁର୍ବଳ ହୋଇ ଓଡ଼ିଶା ଉପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆଗକୁ ବଢିଥିଲା ଅକଓ୍ୱାନ୍।

ଯୁଆଡ଼େ ଯାଉଥିଲା ଢାଳୁଥିଲା ବର୍ଷା।

ଦୁର୍ବଳ ବାତ୍ୟା ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇଛି।

Advertisment ଅକଓ୍ୱାନ ଯେତିକି ଉଡ଼ାଇଲାନି, ସେତିକି ବୁଡ଼ାଇଲା।

ପବନ ସିନା କମ ହେଲା କିନ୍ତୁ ନିର୍ଦ୍ଧୁମ ବର୍ଷାରେ ଭିଜିଲା ସାରା ଓଡ଼ିଶା।

ଗଞ୍ଜାମରୁ ଭଦ୍ରକ ଯାଏଁ, ଗତକାଲି ସକାଳୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ଧରିଲାନି।

ଲ୍ୟାଣ୍ଡଫଲ କରିବା ପରେ ଉପକୂଳ ସହିତ ଉତ୍ତର ଓଡ଼ିଶାକୁ ନାକେଦମ କରିଦେଇଛି।

ବିଶେଷକରି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଅଧିକ ପ୍ରଭାବିତ ହୋଇଛି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ହୋଇଛି ।

ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଥିବାବେଳେ ହିଞ୍ଜିଳିରେ ୨୦୬ ଓ ବ୍ରହ୍ମପୁରରେ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ବାତ୍ୟା ଦୁର୍ବଳ ହେବାପରେ ଯଦିଓ ଓଡ଼ିଶା ଉପରୁ ରେଡ୍ ଆଲର୍ଟ ହଟିଛି, ତଥାପି ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଘୂର୍ଣ୍ଣିବଳୟଠୁ ବାତ୍ୟା।

ଦିଗ ବଦଳାଇବାଠୁ ଦୁର୍ବଳ ହେବା।

ଆରମ୍ଭରୁ ଶେଷଯାଏଁ ଚର୍ଚ୍ଚାରେ ରହିଆସିଛି ଅକଓ୍ୱାନ୍।

ତେବେ ଲ୍ୟାଣ୍ଡଫଲ୍ ପୂର୍ବରୁ କାହିଁକି ବଳହୀନ ହୋଇପଡ଼ିଲା ବାତ୍ୟା?

ଆଇଏମଡି ଡିଜିଙ୍କ କହିବା ଅନୁସାରେ, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବାତ୍ୟାଟି ସମୁଦ୍ରରୁ ମିଳୁଥିବା ଉଷ୍ମ ଓ ଆର୍ଦ୍ର ବାୟୁରୁ ବିଚ୍ଛିନ୍ନ ହୋଇଯାଇଥିଲା।

ସ୍ଥଳଭାଗର ଘର୍ଷଣ ଯୋଗୁଁ ଏହାର ପବନର ବେଗ କମି 'ଭୀଷଣ ବାତ୍ୟା'ରୁ ସାଧାରଣ ବାତ୍ୟାରେ ପରିଣତ ହୋଇଥିଲା ।

ଉପକୂଳବର୍ତ୍ତୀ ଥଣ୍ଡା ସମୁଦ୍ର ଜଳ ଏବଂ ଶୁଷ୍କ ବାୟୁର ପ୍ରବେଶ ହିଁ ବାତ୍ୟା 'ଅକଓ୍ୱାନ'ର ଶକ୍ତି ହ୍ରାସ ପାଇବାର ପ୍ରମୁଖ କାରଣ ।

ପ୍ରାୟ ୨୪ ଦିନରେ ବଙ୍ଗୋପସାଗରରୁ ଆସିଲାଣି ତିନି ତିନିଟି ବାତ୍ୟା।

ଏହା ପୂର୍ବର ଗତ ଅକ୍ଟୋବର 27ରେ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଓ ନଭେମ୍ବର 3ରେ ଆସିଥିବା ବାତ୍ୟା ମୁରାସୁ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)