Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼

Oct 27, 2026 - 14:40
Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି।

୨୪ ଘଣ୍ଟିଆ ନିରୀକ୍ଷଣ, ଉଦ୍ଧାରକାରୀ ଦଳ ଓ ଆଶ୍ରୟସ୍ଥଳ ପ୍ରସ୍ତୁତି, ଡ୍ରେନେଜ୍ ସଫେଇ ଏବଂ ଉପକୂଳବର୍ତ୍ତୀ ଲୋକଙ୍କ ସୁରକ୍ଷା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।

Advertisment ୧.

ନିୟନ୍ତ୍ରଣ କକ୍ଷ ଓ ପରିସ୍ଥିତି ଉପରେ ନଜର - ଜିଲ୍ଲା, ବ୍ଲକ୍, ତହସିଲ୍ ଏବଂ ପୌରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି। - ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର (DEOC), ଗଞ୍ଜାମର ଯୋଗାଯୋଗ ନମ୍ବର: ୦୬୮୧୧-୨୬୩୯୭୮। - ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

୨.

ମତ୍ସ୍ୟଜୀବୀ ଓ ସାମୁଦ୍ରିକ ସୁରକ୍ଷା - ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିବା ପାଇଁ ପରାମର୍ଶ ଜାରି କରାଯାଇଛି ଏବଂ ଲାଉଡ୍‌ସ୍ପିକର୍‌ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। - ଉପକୂଳବର୍ତ୍ତୀ ତହସିଲ୍‌ଦାର, ମତ୍ସ୍ୟ ଅଧିକାରୀ ଏବଂ ସାମୁଦ୍ରିକ ପୁଲିସକୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। - ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ କଟକଣା ଲଗାଯାଇଛି।

ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

୩.

ସନ୍ଧାନ, ଉଦ୍ଧାର ଓ ଜରୁରୀକାଳୀନ ପ୍ରତିକ୍ରିୟା - ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଇଁ ୩ଟି ODRAF ଦଳ ଓ ୨ଟି NDRF ଦଳ ମୁତୟନ କରାଯାଇଛି। - ଛତ୍ରପୁରସ୍ଥିତ OSAP ଅଷ୍ଟମ ବାଟାଲିୟନ୍‌ର ଗୋଟିଏ ODRAF ଦଳକୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି।

ଅନ୍ୟ ଏକ ODRAF ଦଳ ପାତ୍ରପୁରରେ ମୁତୟନ ରହିଛି। - ଗୋଟିଏ NDRF ଦଳ ବ୍ରହ୍ମପୁରରେ ଏବଂ ଅନ୍ୟ ଦଳଟି ଆସିକାରେ ମୁତୟନ ହୋଇଛି। - ଆବଶ୍ୟକୀୟ ଯନ୍ତ୍ରପାତି ଓ କର୍ମଚାରୀଙ୍କ ସହ ୨୪ଟି ଅଗ୍ନିଶମ ସେବା ଦଳକୁ ପ୍ରସ୍ତୁତ ରଖାଯାଇଛି।

ଏଥିସହ ୪ଟି SRC ପାୱାର ବୋଟ୍‌କୁ ବିଭିନ୍ନ ରଣନୈତିକ ସ୍ଥାନରେ ମୁତୟନ କରାଯାଇଛି। - କଳିଙ୍ଗା ଘାଟି ଅଞ୍ଚଳ ଉପରେ ଘନିଷ୍ଠ ନଜର ରଖିବାକୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରିସ୍ଥିତି ଆବଶ୍ୟକ କଲେ କଳିଙ୍ଗା ଘାଟି ରାସ୍ତା ବନ୍ଦ କରାଯିବ।

୪.

ବାତ୍ୟା ଆଶ୍ରୟସ୍ଥଳ ଓ ବିପଦପ୍ରବଣ ଅଞ୍ଚଳ - ଆବଶ୍ୟକୀୟ ବିଦ୍ୟୁତ୍‌ ବ୍ୟାକ୍‌ଅପ୍‌, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସହ ମୋଟ ୧୧୦ଟି MCS/MFS ପ୍ରସ୍ତୁତ ରଖାଯାଇଛି। - ଜିଲ୍ଲାପାଳ ବିଭିନ୍ନ ଆଶ୍ରୟସ୍ଥଳ ପରିଦର୍ଶନ କରି ସେଠାରେ ଥିବା ଯନ୍ତ୍ରପାତି ଓ ବ୍ୟବସ୍ଥାର ସ୍ଥିତି ନିଜେ ଯାଞ୍ଚ କରିଛନ୍ତି। - ମୋଟ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଛି। - ପ୍ରତ୍ୟେକ MCS/MFSର ପରିଚାଳନା ପାଇଁ ଜଣେ ଲେଖାଏଁ ନୋଡାଲ୍‌ ଅଧିକାରୀ ନିଯୁକ୍ତ ହୋଇଛନ୍ତି। - ଜିଲ୍ଲାରେ ମୋଟ ୯୨୨ଟି ବିପଦପ୍ରବଣ ଗ୍ରାମ ଚିହ୍ନଟ କରାଯାଇଛି।

୫.

ଜଳ ନିଷ୍କାସନ ଓ ଜଳବନ୍ଦୀ ରୋକିବା ପାଇଁ ପଦକ୍ଷେପ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଜଳବନ୍ଦୀ ସମସ୍ୟା ଏଡ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି।

ଏଥିମଧ୍ୟରେ ଖୋଡ଼ାସିଂ ବ୍ରିଜ୍‌ ନିକଟରେ ସଫେଇ, ଗଜପତି ନଗରରେ ନିମ୍ନ ଉଚ୍ଚତା ବିଶିଷ୍ଟ ବ୍ରିଜ୍‌କୁ ଭାଙ୍ଗିବା, ବାହନା ନାଳ ଉପରେ ଗୋପାଳପୁର ଜଙ୍କସନ୍‌ ନିକଟରେ ସଫେଇ ଓ ଗଛ କାଟିବା, ବାଞ୍ଛାଦେଇନଗରରେ ବାହନା ନାଳ ସଫେଇ, ଶାରଧାବାଲିରେ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇବା ଏବଂ ଗାୟତ୍ରୀ ବିହାରରେ ସୂର୍ଯ୍ୟ ନାଳ ସଫେଇ ଓ ଅବରୋଧ ହଟାଇବା କାର୍ଯ୍ୟ ଅନ୍ତର୍ଭୁକ୍ତ।

୬.

ଅତ୍ୟାବଶ୍ୟକ ସାମଗ୍ରୀ ଓ ସାମୁଦ୍ରିକ ଯାନବାହନ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ନିମ୍ନଲିଖିତ ମହଜୁଦ ରଖାଯାଇଛି। - ଚୁଡ଼ା: ୩୨୪.୧ କ୍ୱିଣ୍ଟାଲ୍‌ - ଗୁଡ଼: ୩୩୨.୨ କ୍ୱିଣ୍ଟାଲ୍‌ - ପଲିଥିନ୍‌: ୧୪,୨୦୦ ରୋଲ୍‌ ଜିଲ୍ଲାରେ ମୋଟ ୧,୬୩୬ଟି ଡଙ୍ଗାର ତାଲିକା ପ୍ରସ୍ତୁତ ହୋଇଛି।

ସେଥିମଧ୍ୟରୁ ୧,୩୫୪ଟି ମୋଟରଚାଳିତ ଏବଂ ୨୮୨ଟି ବିନା ମୋଟରର ଡଙ୍ଗା।

ଆନ୍ଧ୍ରପ୍ରଦେଶର ୩୦ଟି ଟ୍ରଲର୍‌କୁ ଗୋପାଳପୁର ବନ୍ଦରରେ ଆଶ୍ରୟ ଦିଆଯାଇଛି।

ଏହା ବ୍ୟତୀତ ପାରାଦୀପରୁ ଆଉ ୪ଟି ଟ୍ରଲର୍‌ ଗୋପାଳପୁର ବନ୍ଦର/ଅର୍ଜିପଲ୍ଲୀ ଜେଟି ଅଭିମୁଖେ ଆସୁଛି।

୭.

ସ୍ୱାସ୍ଥ୍ୟ ସେବା ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷା - ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବନା ଥିବା ମୋଟ ୧,୨୬୨ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। - ସେମାନଙ୍କୁ ମା' ଗୃହ କିମ୍ବା ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହୋଇଛି। - ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୧୮୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୧୧୭ଟି ପ୍ରସବ ହୋଇଛି।

୮.

ସ୍ଥାନାନ୍ତରଣ ଓ ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ବ୍ଲକ୍‌ ଓ ପୌରାଞ୍ଚଳ ସ୍ତରରେ ମୋଟ ୬୭୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। - ପୁରୁଷ: ୨୪୦ ଜଣ - ମହିଳା: ୨୬୮ ଜଣ - ଶିଶୁ: ୧୭୦ ଜଣ - ମୋଟ ସ୍ଥାନାନ୍ତରିତ: ୬୭୮ ଜଣ - କାର୍ଯ୍ୟକ୍ଷମ ଆଶ୍ରୟସ୍ଥଳ: ୪୨ଟି - ଖୋଲାଯାଇଥିବା ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର: ୨୪ଟି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ।

ଲୋକଙ୍କ ସୁରକ୍ଷା ଏବଂ ସମୟୋଚିତ ଜରୁରୀକାଳୀନ ପଦକ୍ଷେପ ଗ୍ରହଣକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ।

Chief Minister: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଦ୍ରୁତ ବିକାଶ ପଥରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)