Cyclone: ବନ୍ୟା ପରିଚାଳନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ସଚିବ
ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ସମ୍ଭାବନାକୁ ଲକ୍ଷ୍ୟ ରଖି ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥା ସମୀକ୍ଷା ନିମନ୍ତେ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବିଭାଗର ସମସ୍ତ ମୁଖ୍ୟଯନ୍ତ୍ରୀ, ଇଞ୍ଜିନିୟର ଇନ୍ ଚିଫ୍ ଏବଂ ବେସିନ୍ ମ୍ୟାନେଜରମାନେ ଯୋଗ ଦେଇଥିଲେ।
Advertisment ବନ୍ୟା ପରିଚାଳନା ନିମନ୍ତେ ପୁନର୍ବାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ଥିବା ଜଳଭଣ୍ଡାର, ବ୍ୟାରେଜ୍, ନଦୀବନ୍ଧ ଏବଂ ଅନ୍ୟାନ୍ୟ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା ଓ ସୁଚାରୁ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରାଯାଇଛି।
Cyclone: ୨୯ ବେଳକୁ ବାତ୍ୟା ଆଶଙ୍କା: ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା ଜଳଭଣ୍ଡାରର ଜଳସ୍ତର, ନଦୀଗୁଡ଼ିକର ଜଳପ୍ରବାହ ଏବଂ ବୃଷ୍ଟିପାତ ପୂର୍ବାନୁମାନ ଉପରେ ନିରନ୍ତର ନଜର ରଖିବା ସହ ନିର୍ଦ୍ଧାରିତ ଜଳଭଣ୍ଡାର ପରିଚାଳନା ନିୟମାବଳୀକୁ ଅନୁପାଳନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।
ଏଥିସହ ବିପଦପ୍ରବଣ ନଦୀବନ୍ଧ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ, କ୍ଷେତ୍ରସ୍ତରରେ ଆବଶ୍ୟକ ସମ୍ବଳର ଉପଲବ୍ଧତା ଏବଂ ଜିଲ୍ଲା ପ୍ରଶାସନ ସମେତ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।
ବନ୍ୟାଜନିତ ବିପଦ ହ୍ରାସ, ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଆଗୁଆ ପଦକ୍ଷେପ ଓ ସମନ୍ୱିତ ଉଦ୍ୟମ ଜାରି ରଖିବାକୁ ବିଭାଗ ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
