Cyclone: ଆର୍ଯ୍ୟପଲ୍ଲୀରେ ଭୟ, ସହାୟତା ଦାବି କଲେ ମତ୍ସ୍ୟଜୀବୀ

Oct 23, 2026 - 20:55
Cyclone: ଆର୍ଯ୍ୟପଲ୍ଲୀରେ ଭୟ, ସହାୟତା ଦାବି କଲେ ମତ୍ସ୍ୟଜୀବୀ

ଛତ୍ରପୁର (ବସନ୍ତ ମହାରଣା): ସମ୍ଭାବ୍ୟ ବାତ୍ୟା କୁ ନେଇ ଉପକୂଳ ଅଞ୍ଚଳରେ ଆଶଙ୍କା ବଢ଼ିଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ତାରିଖ ସୁଦ୍ଧା ଅବପାତ ଏବଂ ୨୫ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଇ ୨୬ ତାରିଖ ବେଳକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଉପକୂଳ ଓଡ଼ିଶାରେ ୨୬ ତାରିଖରୁ ବର୍ଷା ଏବଂ ୨୭ ତାରିଖ ବେଳକୁ ପବନର ବେଗ ବଢ଼ିବା ଆଶଙ୍କା ରହିଛି।

ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

Advertisment ସେପଟେ ବାତ୍ୟା ଆଶଙ୍କାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ର ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପୂର୍ବରୁ ସମୁଦ୍ର କୂଳ ଖାଉଥିବାରୁ ଅଞ୍ଚଳବାସୀ ଚିନ୍ତିତ ଥିବାବେଳେ ଏବେ ସମ୍ଭାବ୍ୟ ବାତ୍ୟା ନେଇ ଆଶଙ୍କା ଆହୁରି ବଢ଼ିଛି।

ସମୁଦ୍ର ଅଶାନ୍ତ ହେବା ସହ ବଡ଼ ବଡ଼ ଜୁଆର ଆସୁଥିବା ଦେଖିବାକୁ ମିଳୁଛି।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ଆସନ୍ତା ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ଉପରେ କଟକଣା ରହିବ।

ପୂର୍ବରୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ଶନିବାର ସକାଳ ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଛି।

ଏଥିସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମତ୍ସ୍ୟଜୀବୀ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି।

ବାତ୍ୟା ଆଣୁଛି ଅକ୍ଟୋବର ତେବେ ଛଅ ଦିନ ଧରି ସମୁଦ୍ରକୁ ଯିବା ଉପରେ କଟକଣା ଯୋଗୁଁ ମତ୍ସ୍ୟଜୀବୀଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି।

ସମୁଦ୍ରକୁ ଯାଇ ମାଛ ଧରିଲେ ହିଁ ପରିବାର ଚଳାଇଥାନ୍ତି।

ତେଣୁ କଟକଣା ସମୟରେ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)