Cyber ​​fraudsters: ନିଦ ହଜାଇଲେଣି ସାଇବର ଠକ: ୧ପ୍ରତିଶତରୁ ବି କମ୍ ଦୋଷୀ ସାବ୍ୟସ୍ତ ହାର

Nov 24, 2026 - 07:52
Cyber ​​fraudsters: ନିଦ ହଜାଇଲେଣି ସାଇବର ଠକ: ୧ପ୍ରତିଶତରୁ ବି କମ୍ ଦୋଷୀ ସାବ୍ୟସ୍ତ ହାର

ଭୁବନେଶ୍ବର: ସାଇବର ଅପରାଧ ଆଗରେ ଓଡ଼ିଶା ପୁଲିସର ଅସହାୟତା ସାମ୍ନାକୁ ଆସିଛି।

ନା ଅପରାଧର ମୁକାବିଲା କରିପାରୁଛି, ନା ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁଛି।

ଯେଉଁଠି ପ୍ରତିବର୍ଷ ଶହଶହ କୋଟି ଟଙ୍କା ସାଇବର ଠକ ଲୁଟି ନେଉଛନ୍ତି, ସେଠି ପ୍ରତିବର୍ଷ ହାତଗଣତି କିଛି ଅପରାଧୀଙ୍କୁ ଗିରଫ କରିବା ଛଡ଼ା ପୁଲିସ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେଇପାରୁନି।

ସେଥିରେ ବି ଦୋଷୀ ସାବ୍ୟସ୍ତ ହାର ପ୍ରାୟ ନାହିଁ କହିଲେ କିଛି ଭୁଲ୍ ହେବନାହିଁ।

ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସାଇବର ଅପରାଧକୁ ନେଇ ପ୍ରଶ୍ନ କରିବା ପରେ ରାଜ୍ୟ ପୁଲିସର ସାଇବର ଅପରାଧର ବିକଳ ଚିତ୍ର ସାମ୍ନାକୁ ଆସିଛି।

Advertisment ୯ମାସରେ ଲୁଟିଛନ୍ତି ୩୦୫ କୋଟି, ଗତବର୍ଷ ତୁଳନାରେ ୫୫ପ୍ରତିଶତ ଠକେଇ ବଢ଼ିଛି ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୩୬୩୦ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି।

ଏଥିରେ ୩୦୫.୧୯କୋଟି ଟଙ୍କା ଠକେଇ ହୋଇଛି।

ଯାହା ପୂର୍ବ ବର୍ଷ ତୁଳନାରେ ୫୫.୧୫ପ୍ରତିଶତ ଅଧିକ ବୋଲି ପରିସଂଖ୍ୟନରୁ ଜଣାପଡ଼ିଛି।

ସେହିଭଳି ରୁଜୁ ହୋଇଥିବା ମାମଲାରେ ୭୪୯ଜଣ ସାଇବର ଠକଙ୍କୁ ପୁଲିସ ଗିରଫ କରିଛି।

ଅପରପଟେ ଠକେଇ ଟଙ୍କା ଫେରସ୍ତ ଓ ଅଚଳ କରିବାରେ ମଧ୍ୟ ପୁଲିସର ବିଫଳତା ଜଳଜଳ ଦେଖାଯାଉଛି।

ମାତ୍ର ୧.୬୯କୋଟିର ଠକେଇ ଟଙ୍କା ଲୋକଙ୍କୁ ଫେରସ୍ତ କରାଯାଇଥିବା ବେଳେ ୯.୭୮କୋଟିର ଠକେଇ ଟଙ୍କା ଅଚଳ କରାଯାଇଛି।

ଅର୍ଥାତ୍ ମାତ୍ର ୩.୭୫ପ୍ରତିଶତ ଟଙ୍କା ସାଇବର ଠକଙ୍କ କବଳରୁ ଫେରସ୍ତ କରାଯାଇଛି।

ସେହିଭଳି ବିଗତ ୪ବର୍ଷରେ ରାଜ୍ୟର ସାଇବର ଥାନା ପୁଲିସ ୨୫୯୬ଜଣ ଠକଙ୍କୁ ଗିରଫ କରିଛନ୍ତି।

ସେଥିମଧ୍ୟରୁ ମାତ୍ର ୧୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ପୁଲିସ ସଫଳ ହୋଇଛି।

ଅର୍ଥାତ୍ ଗିରଫଦାରୀର ୧ପ୍ରତିଶତ ସାଇବର ଅପରାଧୀଙ୍କ ବିରୋଧରେ ପୁଲିସ କୋର୍ଟରେ ଉପଯୁକ୍ତ ପ୍ରମାଣ ଦାଖଲ କରିପାରିନାହିଁ।

ଯେଉଁଥିପାଇଁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି।

ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ରାଜ୍ୟ ପୁଲିସ ପାଖରେ ସାଇବର ଠକେଇକୁ ରୋକିବା ଏବଂ ଅପରାଧୀଙ୍କ ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ ଏବଂ ତାଲିମପ୍ରାପ୍ତ ତଦନ୍ତକାରୀଙ୍କର ବି ଘୋର୍ ଅଭାବ ରହିଛି।

ଯେଉଁଥିପାଇଁ ସାଇବର ଠକ ରାଜ୍ୟ ବାହାରେ ବସି ଗରିବ ଶ୍ରେଣୀର ଲୋକଙ୍କ ଆକାଉଣ୍ଟ୍ ବ୍ୟବହାର କରି ଟଙ୍କା ଲୁଟୁଛନ୍ତି।

ସେହିଭଳି ଚଳିତବର୍ଷ ଦଶହରାରେ ନେଦରଲ୍ୟାଣ୍ଡରୁ ବସି କିଛି ସାଇବର ଅପରାଧୀ କମିସନରେଟ୍ ପୁଲିସର ଏକ୍ସ ଆକାଉଣ୍ଟ୍‌କୁ ହ୍ୟାକ୍ କରିଦେଲେ।

ଏଥିରେ କ୍ରିପ୍ଟୋକରେନ୍ସି 'ଏକ୍ସଆରପିଏଲ୍' ନାମକ ଫିସିଂ ୱେବସାଇଟ୍‌ରେ ଟଙ୍କା ଲଗାଇବାକୁ ହ୍ୟାକର୍ ପୋଷ୍ଟ କରିଥିଲେ।

ପ୍ରାୟ ୨୪ଘଣ୍ଟା ପରେ ଯାଇ ପୁଲିସ ତା' ଏକ୍ସ ଆକାଉଣ୍ଟ ରିକଭରି କରିଥିଲା।

କେବଳ ସେତିକି ନୁହେଁ, ଚଳିତ ବର୍ଷ ନିୟମିତ ବ୍ୟବଧାନରେ ହାଇକୋର୍ଟ ସମେତ ୨୦ରୁ ଅଧିକ କୋର୍ଟକୁ ବୋମା ଧମକ ଆସିଥିଲା।

ଏହି ଘଟଣାରେ ବି ସାଇବର ଥାନା ପୁଲିସ ତଦନ୍ତରେ କୌଣସି ସଫଳତା ପାଇ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)