Cyber Attack: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପ୍ରଚାର ମଧ୍ୟରେ ଆମେରିକାରେ ବଡ଼ ଧରଣର ସାଇବର ଆକ୍ରମଣ
ୱାସିଂଟନ: ନଭେମ୍ବର ୩ ତାରିଖରେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର କିଛି ଦିନ ପୂର୍ବରୁ ହ୍ୟାକର୍ସମାନେ ଆମେରିକୀୟ ଫେଡେରାଲ୍ ନିର୍ବାଚନ କମିସନ(ଏଫଇସି)କୁ ଟାର୍ଗେଟ କରିଛନ୍ତି।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି ଯେ, ସାଇବର ଆକ୍ରମଣ କମିସନର ଇଲେକ୍ଟ୍ରୋନିକ୍ ଫାଇଲିଂ ସିଷ୍ଟମକୁ ବାଧା ଦେଇଛି।
ଏହି ବାଧା ଏପରି ସମୟରେ ଆସିଛି ଯେତେବେଳେ ରାଜନୈତିକ ଗୋଷ୍ଠୀ ଏବଂ ସୁପର ପିଏସି ନିର୍ବାଚନ ପ୍ରଚାରର ଶେଷ ସମୟରେ ରେକର୍ଡ ପରିମାଣର ଖର୍ଚ୍ଚ କରୁଛନ୍ତି।
Advertisment ଏହି ନିର୍ବାଚନ ନିର୍ଣ୍ଣୟ କରିବ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ରିପବ୍ଲିକାନ୍ ପାର୍ଟି କଂଗ୍ରେସରେ ଏହାର ସଂଖ୍ୟାଗରିଷ୍ଠତା ବଜାୟ ରଖିପାରିବ କି ନାହିଁ।ଏକ ବିବୃତିରେ ଏଫଇସି କହିଛି, ଇଲେକ୍ଟ୍ରୋନିକ୍ ଫାଇଲିଂ ସିଷ୍ଟମ୍ ଅଫ୍ଲାଇନ୍ ହୋଇଯାଇଛି।
ସେବା ପୁନଃସ୍ଥାପିତ କରିବା ପାଇଁ କାମ ସୂଚନା ପ୍ରଯୁକ୍ତିବିଦ୍ୟା କର୍ମଚାରୀମାନେ ସେବା ପୁନଃସ୍ଥାପିତ କରିବା ପାଇଁ କାମ କରୁଛନ୍ତି।
ରଏଟର୍ସ ଅନୁଯାୟୀ, ସୋମବାର ରାତିରେ ଏଫଇସି ଇଲେକ୍ଟ୍ରୋନିକ୍ ଫାଇଲିଂ ଅଧିକାରୀଙ୍କ ଦ୍ୱାରା ପ୍ରଚାର ଅନୁପାଳନ ଫାର୍ମଗୁଡ଼ିକୁ ପଠାଯାଇଥିବା ଏକ ଇମେଲ୍ରେ କୁହାଯାଇଛି ଯେ, ଦୁର୍ବୃତ୍ତ ଏଫଇସି ସିଷ୍ଟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।
ଫଳସ୍ୱରୂପ ଆମକୁ ଆମର ୱେବ୍-ଆଧାରିତ ସେବାଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ପଡିଛି।
ଏହି ବାଧା ଫଳରେ ରାଜନୈତିକ ସଂଗଠନଗୁଡ଼ିକ ବାଧ୍ୟତାମୂଳକ ୨୪-ଘଣ୍ଟିଆ ଏବଂ ୪୮-ଘଣ୍ଟିଆ ପ୍ରଚାର ଖର୍ଚ୍ଚ ରିପୋର୍ଟ ଦାଖଲ କରିପାରି ନାହାନ୍ତି।
ମତଦାନ ଅଧିକାରକୁ ପ୍ରଭାବିତ କରିବ ନାହିଁ ଏଫଇସି ପ୍ରାର୍ଥୀ ଏବଂ ରାଜନୈତିକ କମିଟିମାନଙ୍କ ଦ୍ୱାରା ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିଥାଏ କିନ୍ତୁ ଆମେରିକାର ନିର୍ବାଚନ ପରିଚାଳନା କରେ ନାହିଁ।
ତେଣୁ ଏହି ବାଧା ଭୋଟରଙ୍କ ମତଦାନ ଅଧିକାରକୁ ପ୍ରଭାବିତ କରିବ ନାହିଁ।
Emergency Alert: ୟୁକେ-ଆମେରିକା-ଜାପାନରେ ଆଲର୍ଟ, ଘରେ ରଖନ୍ତୁ ୭୨ ଘଣ୍ଟାର ଜରୁରୀ ସାମଗ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
