Cuttack MP Bhartruhari Mahtab Faces People Angry: ୬ ମାସ ହେଲା ଜଳବନ୍ଦୀ, ପ୍ରଶ୍ନ ଶୁଣି ରାଗିଗଲେ ସାଂସଦ
ନିର୍ବାଚନମଣ୍ଡଳୀ ଗସ୍ତବେଳେ ସ୍ଥାନୀୟ ଲୋକଙ୍କ ସହ ସାଂସଦ ଭର୍ତ୍ତୃହରିଙ୍କ ତୁତୁମେମେ।
କଟକ ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ କାମର ସମୀକ୍ଷାବେଳେ ସାଂସଦ ଭର୍ତୃହରି ମହତାବ ରାଗିଯାଇଥିଲେ।
ପାଇକ ସାହି ଅଞ୍ଚଳର ସ୍ଥାନୀୟ ଲୋକମାନେ ଜଳବନ୍ଦୀ ସମସ୍ୟାକୁ ନେଇ ସାଂସଦଙ୍କୁ କହିଥିଲେ।
ଦୀର୍ଘ ୬ ମାସ ହେବ ପାଣି ଘେରରେ ରହୁଥିବା ବେଳେ ସମସ୍ୟାର ସମାଧାନ ହେଉନାହିଁ କାହିଁକି ବୋଲି ଲୋକେ ପ୍ରଶ୍ନ କରିଥିଲେ।
Advertisment ଏହାପରେ ରାଗି ଯାଇ ଭର୍ତୃହରି ବିରକ୍ତି ପ୍ରକାଶ କରିଥିଲେ।
କହିଥିଲେ, ଆମେ ଆସିଛୁ ସମସ୍ୟା ସମାଧାନ କରିବା ପାଇଁ, ଆପଣଙ୍କ କର୍ପୋରେଟର ଏଠାକୁ ଆସୁନାହାନ୍ତି, ହେଲେ ଆମେ ଆସିଛୁ ସମସ୍ୟା ସମାଧାନ କରାଯିବ।
ଜୋର ପାଟିରେ କହିଲେ ସମସ୍ୟା ସମାଧାନ ହେବନାହିଁ, ଅଧିକାରୀ ମାନେ ଆସିଛନ୍ତି ସମସ୍ୟା କିପରି ସମାଧାନ ହେବ ସେ ନେଇ ତଦାରଖ କରିବେ।
ଏହି ସମୟରେ ସଦର ବିଧାୟକ ପ୍ରକାଶ ସେଠୀ ଉପସ୍ଥିତ ଥିବାବେଳେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଏ-ସମ୍ପର୍କରେ ଭର୍ତୃହରିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
