Crude oil : ଅଶୋଧିତ ତୈଳ ୧୪୦ ଡଲାର ଛୁଇଁବ : ଗୋଲ୍ଡମ୍ୟାନ୍ ସଚ୍ସର ଆକଳନ
"ନୂଆଦିଲ୍ଲୀ: ଆସନ୍ତା ବର୍ଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୪୦ ଡଲାରରୁ ଅଧିକ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।
ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା, ଭୂରାଜନୈତିକ ସଙ୍କଟ ପାଇଁ ତେଲ ମହଙ୍ଗା ହେବ ବୋଳି ଗୋଲ୍ଡମ୍ୟାନ୍ ସଚ୍ସ ଏହାର ଏକ ରିପୋର୍ଟରେ ଜଣାଇଛି।
ଏହା କହିଛି ଭୂରାଜନୈତିକ ସଙ୍କଟ ପାଇଁ ତୈଳ ଓ କୃଷିଜାତ ଯୋଗାଣ ପ୍ରଭାବିତ ହେବ।
ଚରମ ଜଳବାୟୁ ଘଟଣା ପ୍ରଭାବରେ ଅଶୋଧିତ ତୈଳର, ୟୁରୋପୀୟ ପ୍ରାକୃତି ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବ।ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ହେଉଥିବା ଆକ୍ରମଣ, ମଧ୍ୟପ୍ରାଚ୍ୟର ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ ଓ ଚଳିତ ବର୍ଷ ୟୁରୋପରେ ସ୍ବାଭାବିକଠାରୁ ଅଧିକ ଶୀତ ହେବା ଆକଳନ କରାଯାଇଥିବାରୁ ତୈଳ ଚାହିଦା ବଢ଼ିବ।
Advertisment ଆହୁରି ପଢନ୍ତୁ :Gold Smuggling Racket ବସ୍ରୁ ୩.୧ କେଜି ସୁନା ବିସ୍କିଟ୍, ସ୍କର୍ପିଓ ବିପୁଳ ବିଦେଶୀ ମୁଦ୍ରା ଜବତ, ୫ ଗିରଫ ତାହାର ପ୍ରଭାବରେ ଅଶୋଧିତ ତୈଳ ମହଙ୍ଗା ହେବ।
ତେବେ ମଧ୍ୟପ୍ରାଚ୍ୟରୁ ଯୋଗାଣରେ ସୁଧାର ହେଉଥିବାରୁ ଦରରେ ସାମାନ୍ୟ ହ୍ରାସ ହେବାର ମଧ୍ୟ ସମ୍ଭାବନା ଥିବା ଗୋଲ୍ଡମ୍ୟାନ୍ ସଚ୍ସ କହିଛି।
ତେବେ ଏହା ଜଣାଇଛି ଯେ ଯଦି ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣ ଦୀର୍ଘଦିନ ଧରି ବାଧାପ୍ରାପ୍ତ ହେବ, ତେବେ ୨୦୨୭ ବର୍ଷ ସାରା ତେଲ ଦର ଉଚ୍ଚା ରହିବ।
୨୦୨୭ ଆରମ୍ଭ ବେଳକୁ ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ୍କୁ ୧୪୦ ଡଲାରରେ ପହଞ୍ଚିଯିବ ଯାହା ବର୍ତ୍ତମାନ ୧୦୦-୧୧୦ ଡଲାର ମଧ୍ୟରେ ରହୁଛି।
୨୦୨୭ ବର୍ଷ ସାରାରେ ଏହାର ହାରାହାରି ଦର ବ୍ୟାରେଲ୍କୁ ୧୨୫ ଡଲାର ରହିବ।
ଆହୁରି ପଢନ୍ତୁ :Airline: ଭାରତରେ ବିମାନ ଭଡ଼ା କିଏ ନିୟନ୍ତ୍ରଣ କରେ?
ସରକାର ନା ଏୟାରଲାଇନ୍ସ କମ୍ପାନୀ?
ବୁଧବାର ବ୍ରେଣ୍ଟ୍ କ୍ରୁଡ୍ ଦର ବ୍ୟାରେଲ୍କୁ ୧୧୦.୪୦ ଡଲାରକୁ ବୃଦ୍ଧି ପାଇଛି।
ସେହିପରି ଆମେରିକାର ୱେଷ୍ଟ୍ ଟେକ୍ସାସ୍ ଇଣ୍ଟରମେଡିଆରିଜ୍ (ଡବ୍ଲ୍ୟୁଟିଆଇ) ଦର ୯୯.୨୭ ଡଲାରକୁ ବଢ଼ିଛି।
ଆମେରିକା ଓ ଇରାନ ମଧ୍ୟରେ ଆଲୋଚନାର ସମ୍ଭାବନା ସୃଷ୍ଟି ହେବା ପରେ ତେଲ ଦର କମ୍ ହୋଇଥିଲା।
କିନ୍ତୁ ତାହା ଫଳପ୍ରଦ ନ ହେବାରୁ ତେଲ ପୁଣି ବଢ଼ିବା ଆରମ୍ଭ କରିଛି।
ଡିବିଏସ୍ର ଶକ୍ତି ଗବେଷଣା ମୁଖ୍ୟ ସୁଭ୍ରୋ ସରକାର କହିଛନ୍ତି ଯେ ଗତ କିଛି ଅଧିବେଶନରେ ତେଲ ଦର ବେଶ୍ ଅସ୍ଥିର ହୋଇପଡ଼ିଛି।
କତର କିମ୍ବା ପାକିସ୍ତାନର ମଧ୍ୟସ୍ଥତାରେ ଆମେରିକା ଓ ଇରାନ ମଧ୍ୟରେ ବୁଝାମଣା ହେବାର ସମ୍ଭାବନା ଆଗକୁ ନ ବଢ଼ିବା, କିଛି ଦେଶ ଉଚ୍ଚା ଦରରୁ ଲାଭ ପାଇବା ପାଇଁ ଉଦ୍ୟମ କରିବା ଓ ଆମେରିକାରେ ତୈଳ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦ ପରିମାଣ କମ୍ ହୋଇଥିବାରୁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଛି। ଆହୁରି ପଢନ୍ତୁ :Odisha CHSE Plus Two Exams 2027: ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ସିସିଟିଭି ନିରୀକ୍ଷଣ ସହ ନିର୍ଦ୍ଧାରିତ ଭିତ୍ତିଭୂମି ନଥିଲେ ମିଳିବନି ପରୀକ୍ଷାକେନ୍ଦ୍ର ଅନୁମତି କେପଲର୍ ନାମକ ସଂସ୍ଥାର ସୂଚନା ଅନୁସାରେ ଗତ ଦୁଇ ସପ୍ତାହ ମଧ୍ୟରେ ୧୮ଟି ଜାହାଜ ଉପରେ ଆକ୍ରମଣ ହୋଇଛି।
ପୂର୍ବରୁ ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ହେଉଥିଲା।
ଏବେ ଓମାନ ଉପକୂଳରେ ମଧ୍ୟ ଆକ୍ରମଣ କରାଯାଉଛି ଯାହା ତୈଳ ପରିବହନ ପ୍ରତି ବିପଦ ସୃଷ୍ଟି କରିଛି।
ସାଉଦି ଆରାମ୍କୋ ଭିତ୍ତିଭୂମି ଉପରେ ହୁତିମାନେ ଆକ୍ରମଣ କରୁଛନ୍ତି।
ଆହୁରି ପଢନ୍ତୁ :Elon Musk: ମସ୍କଙ୍କ ନିର୍ଦ୍ଦେଶରେ ଷ୍ଟାର୍ଲିଙ୍କ୍ ସେବାରେ କଟକଣା ଇରାନ ଓ ଆମେରିକା ଏବଂ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ କୃଷିଜାତ ସାମଗ୍ରୀ ମହଙ୍ଗା ହେବା ଆଶଙ୍କା ରହିଛି ବୋଲି ଗୋଲ୍ଡମ୍ୟାନ୍ ସଚ୍ସ କହିଛି।
ଏଲ୍ ନିନୋ ପ୍ରଭାବ ଓ ଭୂରାଜନୈତିକ ସଙ୍କଟ ଖାଦ୍ୟ ରପ୍ତାନିକୁ ପ୍ରଭାବିତ କରିବ।
ହର୍ମୁଜ ପ୍ରଣାଳୀ ଜରିଆରେ ସାର ଓ ଖାଦ୍ୟଶସ୍ୟ ରପ୍ତାନିରେ ବିଭ୍ରାଟ ଦେଖାଦେଇଥିବାରୁ ତାହା ସେହି ଜିନିଷଗୁଡ଼ିକର ଦରବୃଦ୍ଧିର କାରଣ ହେବ।
ଏଲ୍ ନିନୋ ପ୍ରଭାବ ରେ ମରୁଡ଼ି ଓ ବନ୍ୟା ହେବାର ଆଶଙ୍କା ଥିବାରୁ ଫସଲ ମଧ୍ୟ ନଷ୍ଟ ହେବ।
ଗୋଲ୍ଡମ୍ୟାନ୍ ସଚ୍ସ ଏହା ମଧ୍ୟ ଆକଳନ କରିଛି ଯେ ୨୦୨୭ରେ ତମ୍ବାର ହାରାହାରି ଦାମ୍ ଟନ୍ ପିଛା ୧୫,୪୦୦ ଡଲାରକୁ ବୃଦ୍ଧି ପାଇଛି।
ସୁନାର ଆଉନ୍ସ ପିଛା ଦର ମଧ୍ୟ ୫୪୦୦ ଡଲାରରେ ପହଞ୍ଚିଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
