CRPF: ଛତିଶଗଡ଼ର ସୁକମାରେ ବିସ୍ଫୋରକ ନଷ୍ଟ ବେଳେ ୪ ସିଆରପିଏଫ ଯବାନ ଆହତ, ୨ ଗୁରୁତର

Oct 09, 2026 - 10:56
CRPF: ଛତିଶଗଡ଼ର ସୁକମାରେ ବିସ୍ଫୋରକ ନଷ୍ଟ ବେଳେ ୪ ସିଆରପିଏଫ ଯବାନ ଆହତ, ୨ ଗୁରୁତର

"ସୁକମା: ଗୁରୁବାର ସନ୍ଧ୍ୟାରେ ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଉଥିବା ସମୟରେ ଏକ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଯବାନ ଆହତ ହୋଇଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭେଜି ପୁଲିସ ଷ୍ଟେସନ ପରିସରଭୁକ୍ତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।Advertisment କୋଣ୍ଟା ରେଞ୍ଜ ଅଧୀନରେ ଥିବା ଏହି ସୁରକ୍ଷା କ୍ୟାମ୍ପଗୁଡ଼ିକୁ ଯାଞ୍ଚ କରିବା ଏବଂ ପୁରୁଣା ବିସ୍ଫୋରକ ନଷ୍ଟ କରିବା ପାଇଁ ଜଗଦଲପୁରରୁ ସିଆରପିଏଫର ୫୦ତମ ବାଟାଲିୟନର ଏକ ଅମ୍ୟୁନିସନ ଟେକ୍ନିକାଲ ଟିମ୍ (ଏସିସି) ଆସିଥିଲା।

ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ଅନୁସରଣ କରି କ୍ୟାମ୍ପଠାରୁ ପ୍ରାୟ ୨୦୦ ମିଟର ଦୂର ବୋଡରାଜପଦର ନାଳ ନିକଟରେ ଏହି କାର୍ଯ୍ୟ ଚାଲିଥିବା ବେଳେ ହଠାତ ଏକ ବିସ୍ଫୋରକର ଖଣ୍ଡ ଛିଟିକି ପଡ଼ି ନିକଟରେ ବିସ୍ଫୋରଣ ଘଟିଥିଲା।

ଦୁଇ ଜଣ ଏଏସଆଇ ଗୁରୁତର ଆହତ ଏହି ସୁରକ୍ଷା ଅପରେସନରେ ନିୟୋଜିତ ଥିବା ସିଆରପିଏଫ ୫୦ତମ ବାଟାଲିୟନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏମ କେ ତିୱାରୀ, ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଅନିସ ଖାନ, ଇନ୍ସପେକ୍ଟର ଅମରନାଥ ମିଶ୍ର ଏବଂ ହେଡ କନଷ୍ଟେବଳ କୁଲଦୀପ ରାଜ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏଏସଆଇ ଗୁରୁତର ଭାବେ ଆହତ ହୋଇଥିବା ପୁଲିସ ଅଫିସର ସୂଚନା ଦେଇଛନ୍ତି।

ଆହତ ଯବାନମାନଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କୋଣ୍ଟାସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଆହତ ଦୁଇ ଯବାନଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ଅନ୍ୟ ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି।

Trump Administration: ଟିସିଏସ, ଇନଫୋସିସ ସହ ୮ ପ୍ରମୁଖ ଆଇଟି କମ୍ପାନିର ଗ୍ରୀନ୍ କାର୍ଡ ପ୍ରକ୍ରିୟା ଉପରେ ଟ୍ରମ୍ପ ପ୍ରଶାସନର କଟକଣା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)