Crocodile Attack Suspected: ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ, ଖୋଜାଖୋଜି ଜାରି

Aug 03, 2026 - 11:50
Crocodile Attack Suspected: ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ, ଖୋଜାଖୋଜି ଜାରି

ନଦୀ କୂଳିଆ ବୋକ ସାବଧାନ l ବନ୍ୟା ପାଣିରେ ବୁଲୁଛି କୁମ୍ଭୀର l ଆଳପୁଆ ପଂଚାୟତ ଦାମୋଦର ପାଟଣାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳୁ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ ଦାମୋଦର ପାଟଣାର ସୁଚିତ୍ରା ଦାସ l ନଦୀକୂଳରେ ଚପଲ, ବାଲ୍ଟି, ଓ ବ୍ରଶ ପଡି ଥିବାବେଳେ ତାଙ୍କର ପତ୍ତା ମିଳିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତlରେ ଖୋଜାଖୋଜି ଜାରି ରହିଛି l

ବର୍ତ୍ତମାନ ବନ୍ୟା ସ୍ଥିତିରେ ବ୍ରାହ୍ମଣୀର ଉପର ମୁଣ୍ଡରେ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳୁଛି l ବନ ବିଭାଗର ବାରମ୍ବାର ସଚେତନତା ସତ୍ତ୍ୱେ ନଦୀକୁ ବେପରୁଆ ଭାବେ ଲୋକମାନେ ଯାଉଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି । 

ନଦୀ କୂଳରୁ ମହିଳା ନିଖୋଜ ! 

ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ 
କେନ୍ଦ୍ରାପଡ଼ା ଆଳପୁଆ ଦାମୋଦର ପାଟଣାରେ ମହିଳା ନିଖୋଜ 
ବନ୍ୟା ପାଣିରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି 
ନଦୀ କୂଳକୁ ଲୋକଙ୍କୁ ନଯିବାକୁ ପରାମର୍ଶ 
ନଦୀ କୂଳରେ ପଡ଼ିଛି ମହିଳାଙ୍କ ବ୍ରଶ, ଚପଲ ଓ ବାଲ୍ଟି
ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।