President Set to Arrive Today: ଆଜି ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତା କାଲି ସ୍ୱତନ୍ତ୍ର ଟ୍ରେନରେ ଯିବେ ବ୍ରହ୍ମପୁର

Aug 03, 2026 - 11:50
President Set to Arrive Today: ଆଜି ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତା କାଲି ସ୍ୱତନ୍ତ୍ର ଟ୍ରେନରେ ଯିବେ ବ୍ରହ୍ମପୁର

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସନ୍ଧ୍ୟାରେ ରାଷ୍ଟ୍ରପତି କଟକ ଜିଲ୍ଲାର ମୁଣ୍ଡଳି ନିକଟରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳୁ ସେ ଭୁବନେଶ୍ବର ଷ୍ଟେସନ ଯାଇ ସେଠାରୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଯିବେ।

ପରେ କାରରେ ୮୦ କିଲୋମିଟର ଦୂର ତପ୍ତପାଣି ପାନ୍ଥନିବାସକୁ ଯିବେ। ସେଠାରେ ଉଷ୍ଣ ପ୍ରସବଣରେ ସ୍ନାନ କରିବା ପରେ ମା କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାତିରେ ବ୍ରହ୍ମପୁର ଫେରି ଗୋପାଳପୁର ସ୍ଥିତ ଆର୍ମି ଏଡି କଲେଜରେ ରାତ୍ରି ଯାପନ କରିବା କାର୍ଯ୍ୟକ୍ରମ ରହିଛି। ତା ପରଦିନ ପୁଣି ଟ୍ରେନରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଟୁଇନ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଜି ଆସୁଛନ୍ତି ରାଷ୍ଟ୍ରପତି

କଟକରେ ଘରୋଇ ବିଶ୍ବବିଦ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ
କାଲି ଟ୍ରେନରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି
ବ୍ରହ୍ମପୁରରୁ କାରରେ ତପ୍ତପାଣି ଯିବେ
ବୁଧବାର ପୁଣି ଟ୍ରେନରେ ଭୁବନେଶ୍ବର ଫେରିବେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।