Crocodile Alert ଉପକୂଳ ଜିଲ୍ଲାରେ କୁମ୍ଭୀର ଭୟ, ହେଲ୍ପଲାଇନ୍ ନମ୍ବର ଜାରି
"ଭୁବନେଶ୍ବର: ବନ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଦୀ, ନାଳ ଓ ପୋଖରୀର ଜଳସ୍ତର ବୃଦ୍ଧି ପାଇଛି।
ବିଶେଷକରି ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଓ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ କୁମ୍ଭୀର ଆକ୍ରମଣ ଭୟ ଦେଖାଦେଇଛି।
ତାହାକୁ ନଜରରେ ରଖି ଲୁଣା ଜଙ୍ଗଲ ବନଖଣ୍ଡ(ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ଜାରି ହୋଇଛି।
Advertisment Crocodile Attack: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ପୁଣି ନେଲା ଗୋଟେ ଜୀବନ ମଣିଷ-କୁମ୍ଭୀର ସଂଘର୍ଷ ହ୍ରାସ, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ "ଘରକୁ ଘର ବୁଲି" ସଚେତନତା ଅଭିଯାନ ଆରମ୍ଭ ହୋଇଛି।
ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ କୁମ୍ଭୀରମାନେ ଜନବସତି କିମ୍ବା ଲୋକମାନେ ବ୍ୟବହାର କରୁଥିବା ନଦୀଘାଟ ନିକଟକୁ ଚାଲି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
ତେଣୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ବନ୍ୟାପ୍ରବଣ ଗ୍ରାମଗୁଡ଼ିକ ପରିଦର୍ଶନ କରି କୁମ୍ଭୀର ସହ ସମ୍ଭାବ୍ୟ ମୁକାବିଲା ଏବଂ ଏଥିରୁ ରକ୍ଷା ପାଇବାକୁ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଯାଉଛି।
Flood In Kendrapara: ଗାଁ ଦାଣ୍ଡରେ ଚାଲିଲା ଡଙ୍ଗା; ବଢୁଛି କୁମ୍ଭୀର ଆତଙ୍କ ବର୍ଷା ଋତୁରେ ଅତି ଆବଶ୍ୟକ ନଥିଲେ ନଦୀ, କେନାଲ କିମ୍ବା ନାଳ ମଧ୍ୟକୁ ପ୍ରବେଶ ନ କରିବାକୁ ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ସେହିପରି ପାଣି ସଂଗ୍ରହ, ମାଛ ଧରିବା କିମ୍ବା ଗାଧୋଇବା ସମୟରେ ବିଶେଷ ସତର୍କ ରହିବା, ପିଲାଙ୍କୁ ବୟସ୍କଙ୍କ ତତ୍ତ୍ୱାବଧାନ ବିନା ଜଳାଶୟ ନିକଟକୁ ନ ଛାଡ଼ିବା, କୁମ୍ଭୀର ପ୍ରବଣ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଚରାଇବା କିମ୍ବା ପାଣି ପିଆଇବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି।
ବନ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଅଭିଯାନ ଚାଲିଛି, ଯାହାକି ମଣିଷ ଓ କୁମ୍ଭୀରଙ୍କ ମଧ୍ୟରେ ସୁରକ୍ଷିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବ ବୋଲି ପିସିସିଏଫ୍(ବନ୍ୟପ୍ରାଣୀ)ଙ୍କ ପକ୍ଷରୁ କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।