Crime : ଡକାୟତି ଯୋଜନା ବେଳେ ଚଢାଉ : ନାବାଳକ ସମତେ ୩ ଜଣ ଧରାପଡିଲେ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

Jun 25, 2026 - 17:38
Crime  : ଡକାୟତି ଯୋଜନା ବେଳେ ଚଢାଉ : ନାବାଳକ ସମତେ ୩ ଜଣ ଧରାପଡିଲେ, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ବାଲେଶ୍ବର, ୨୫।୬ : ଡକାୟତି ଯୋଜନା ବେଳେ ପୋଲିସର ଚଢଉ । ନାବାଳକ ସମତେ ୩ ଜଣ ଧରାପଡିଲେ । ସେମାନଙ୍କ ନିକଟୁ ଦୁଇଟି ବନ୍ଧୁକ ସମେତ ୧୦ ଅଫୁଟା ଗୁଳି, ଗୋଟିଏ କାର କଟୁରୀ, ଶାବଳ, ଛୁରୀ ସମେତ ବିଭିନ୍ନ ମାରଣାସ୍ତ୍ର ପୁଲିସ ଜବତ କରିଛି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତାର ପୁଟୁରା ଛକରେ ଚଢଉ କରି ଜବତ କରିଛି ପୁଲିସ।

ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢଉ କରିଥିଲା। ଘଟଣା ସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ ୩ ଜଣ ପୁଲିସ ହାତରେ ଧରାପଡିଥିଲେ।

ପୋଲିସ କାର ଭିତରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା। ଅଭିଯୁକ୍ତମାନଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସିଂଲା ଥାନା ପରିସରରେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା। ତେବେ ଏମାନଙ୍କ ନାମ ରେ ପୂର୍ବରୁ କୌଣସି ଥାନା ରେ ମାମଲା ଅଛି କି ନାହିଁ କିମ୍ବା ଅନ୍ଯ କୌଣସି ଡକାୟତି ରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।

ଆହୁରି ପଢନ୍ତୁ : ବାଲେଶ୍ବର ଅଡର ବଜାରରେ ଗୁଳିକାଣ୍ଡ, ବ୍ୟବସାୟୀ ମୃତ