Crime: ମାମୁକୁ ଫାଶୀଦଣ୍ଡ: ଜେଲ୍‌ରୁ ପାରୋଲ୍‌ରେ ଆସି ଘଟାଇଥିଲା ନାରକୀୟ କାଣ୍ଡ

Jul 01, 2026 - 05:15
Crime: ମାମୁକୁ ଫାଶୀଦଣ୍ଡ: ଜେଲ୍‌ରୁ ପାରୋଲ୍‌ରେ ଆସି ଘଟାଇଥିଲା ନାରକୀୟ କାଣ୍ଡ

"ବ୍ରହ୍ମପୁର: ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପୋକ୍ସୋ (ଆଡହକ୍‌) କୋର୍ଟ ଆଜି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି।

ବିଚାରପତି ରୋହିତଲାଲ ପଣ୍ଡା ମୋଟ ୧୩ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମାମୁ ସୁପ୍ରିନ୍‌ ଦିଗାଲ (୬୨)କୁ ଫାଶୀଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୨ ଏପ୍ରିଲ ୨୫ରେ ସ୍ଥାନୀୟ ଗୋଇଲୁଣ୍ଡି ବିଦ୍ୟାନଗରରେ ଗାୟତ୍ରୀ ପାତ୍ର (୧୩) ଜଳିଯାଇଥିଲେ। ‌ଗାୟତ୍ରୀଙ୍କୁ ମାମୁ ସୁପ୍ରିନ୍‌ କିରାସିନି ଢାଳି ପୋଡ଼ି ମାରିଥିବା ଅଭିଯୋଗ ହୋଇଥିଲା।

Advertisment Arrest: ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ପାଟନାରୁ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ଗିରଫ ବୈଦ୍ୟନାଥପୁର ପୁଲିସ ଏକ ମାମଲା ରୁଜୁ କରି ସୁପ୍ରିନକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ପୂର୍ବରୁ ସେ ପତ୍ନୀ ହତ୍ୟା ଅଭିଯୋଗରେ ଗିରଫ ହୋଇ ଫୁଲବାଣୀ ଜେଲ୍‌ରେ ଥିଲା।

କୋର୍ଟଙ୍କ ଅନୁମତିକ୍ରମେ ପାରୋଲ୍‌ରେ ଆସି ବ୍ରହ୍ମପୁରସ୍ଥିତ ନିଜ ଭଉଣୀଙ୍କ ଘରେ ରହୁଥିଲା।

ସେଠାରେ ଏହି ନାରକୀୟ କାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ଆଜି ଅଦାଲତ ଏହି ମାମଲାର ରାୟ ଶୁଣାଇଛନ୍ତି।

ସୁପ୍ରିନ୍‌କୁ ପୋକ୍ସୋ ମାମଲାରୁ ବାଦ୍ ଦିଆଯାଇଛି।

ତେବେ ହତ୍ୟା ମାମଲାରେ ଫାଶୀଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବତନ୍ତ୍ର ପିପି ଡ.ଶିବପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

Horoscope 2026 July 01: ଜାଣନ୍ତୁ ଆଜିର ରାଶିଫଳ..."