06 JUNE 2026

Welcome!

Unlock your personalized experience.
Sign Up

Cricket: ମୁମ୍ବାଇ ଇଣ୍ଡିଆନ୍ସ ଦେଲାନି ସବୁ ଅର୍ଥ; ଆଇପିଏଲ୍‌ ଶେଷ ପରେ ଆସିଲା ଅଭିଯୋଗ

Jun 03, 2026 - 19:18
Cricket: ମୁମ୍ବାଇ ଇଣ୍ଡିଆନ୍ସ ଦେଲାନି ସବୁ ଅର୍ଥ; ଆଇପିଏଲ୍‌ ଶେଷ ପରେ ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ସ୍ପିନର ତଥା ଅଲରାଉଣ୍ଡର ମିଚେଲ ସାଣ୍ଟନର ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୬ ଜାରି ଥିବା ବେଳେ ଆଘାତ ପାଇଥିଲେ ଏବଂ ଏବେ ସେ ବାକି ଟଙ୍କାକୁ ନେଇ ମୁହଁ ଖୋଲିଛନ୍ତି। ନ୍ୟୁଜିଲାଣ୍ଡର ସୀମିତ ଓଭର ଅଧିନାୟକ ସାଣ୍ଟନର କହିଛନ୍ତି ଯେ, ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ମଝିରୁ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିର୍ଦ୍ଧାରିତ ଟଙ୍କାର ଅଧା ମଳିଛି। ଏହା ମୋତେ ନିରାଶ କରିଛି। 

ଇଂଲଣ୍ଡ ବିପକ୍ଷ ଲର୍ଡସରେ ଜୁନ ୪ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସାଣ୍ଟନର କହିଚନ୍ତି, ଆଇପିଏଲ୍‌ ୨୦୨୬ ସମୟରେ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ପଡ଼ିଥିଲା। ନିକଟରେ ସେ ସାମାଜିକ ଗଣମାଧ୍ୟମରେ ଏହା ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ଆଘାତ ବାହାନା କରି ଆଇପିଏଲ୍‌ ଛାଡ଼ିଥିଲେ ଏବଂ କିଛି ଦିନ ପରେ ନ୍ୟୁଜିଲାଣ୍ଡର ଟେଷ୍ଟ ଟିମ୍‌ରେ ସାମିଲ ହୋଇଥିଲେ। 

ଏହି ଅଭିଯୋଗ ଉପରେ ଜବାବ ଦେଇ ସାଣ୍ଟନର କହିଛନ୍ତି, ଦ୍ବିତୀୟ ଶିଶୁର ଜନ୍ମ କାରଣରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚ୍‌ ଖେଳିପାରି ନଥିଲେ। ଏହା ପରେ ସେ ଭାରତ ଆସି ଦିଲ୍ଲୀ ବିପକ୍ଷ ମୁକାବିଲାରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଏହା ପରେ ତାଙ୍କର ବାମ କାନ୍ଧରେ ମଧ୍ୟ ଆଘାତ ଲାଗିଥିଲା। 

ଆହୁରି ପଢ଼ନ୍ତୁ: IPL 2026 Final: ଗୁଜରାଟକୁ ପରାସ୍ତ କରି ବେଙ୍ଗାଲୁରୁ ଚାମ୍ପିଅନ୍‌

ସାଣ୍ଟନର କହିଛନ୍ତି, ମୁଁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଘାତ ଯନ୍ତ୍ରଣାରେ ଥିଲି। ମୁଁ ଭାବୁଥିଲି, ଟିମ୍‌ ପାଇଁ ନିଜର ଶରୀରକୁ ଯନ୍ତ୍ରଣା ଦେଇଛି। କିନ୍ତୁ ଅନ୍ୟମାନେ ଏହାକୁ ସ୍ବୀକାର କରି ନଥିଲେ। ଆଘାତରୁ ଆଶ୍ବସ୍ତି ମିଳିବା ପରେ ତାଙ୍କୁ ୨ କୋଟି ଟଙ୍କାର ଫି’ରୁ କେବଳ ଅଧା ଦିଆଗଲା। 

ଆଇପିଏଲ୍‌ ୨୦୨୬ରେ ସାଣ୍ଟନର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ୪ଟି ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୫ଟି ୱିକେଟ ହାସଲ କରିଥିଲେ। ସେ ଏହାରି ମଧ୍ୟରେ ୨୬ ରନ୍‌ କରିଥିଲେ। ୨୦୨୬ ଏପ୍ରିଲ ୨୭ରେ ତାଙ୍କୁ ଟିମ୍‌ରୁ ବାହାର କରିଦିଆଗଲା। ତାଙ୍କର ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ସ୍ପିନର କେଶବ ମହାରାଜଙ୍କୁ ସାମିଲ କରାଯାଇଥିଲା। 

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।