Cricket: ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ଜୋସ୍ ବଟଲରଙ୍କ ରେକର୍ଡ
"ନୂଆଦିଲ୍ଲୀ: ଇଂଲଣ୍ଡ ୱିକେଟ୍କିପର ଜୋସ୍ ବଟଲର ଶନିବାର ଭାରତ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ନୂଆ ରେକର୍ଡ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ରେ ୱିକେଟ୍କିପର ଭାବେ ଛକା ମାରିବାରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି।Advertisment ଭାରତ ବିପକ୍ଷ ଏହି ମ୍ୟାଚ୍ରେ ୬୪ ବଲ୍ରୁ ୧୩୧ ରନ୍ କରିଥିବା ବଟଲର ୮ ଛକା ମାରିଥିଲେ।
ଏଥିସହ ୩୫ ବର୍ଷୀୟ ନିଜ ଛକା ସଂଖ୍ୟା ୩୬୬ରେ ପହଞ୍ଚାଇଥିଲେ।
ଏଥିସହ ଧୋନିଙ୍କ ନାମରେ ଥିବା ଛକା ରେକର୍ଡ ୩୫୯କୁ ଟପିଥିଲେ।ୱିକେଟ୍କିପର ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଛକା ଖେଳାଳି ଜୋସ ବଟଲର (ଇଂଲଣ୍ଡ) ୩୬୬ ଛକା ଏମ୍ଏସ୍ ଧୋନି (ଭାରତ) ୩୫୯ ଛକା କ୍ବିଣ୍ଟନ ଡି"କକ୍ (ଦକ୍ଷିଣ ଆଫ୍ରିକା) ୩୦୦ ଛକା ଆଦମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ) ୨୫୯ ଛକା ବ୍ରେଣ୍ଡନ ମ୍ୟାକଲମ (ନ୍ୟୁଜିଲାଣ୍ଡ) ୨୦୮ ଛକା ଅଭିନେତା ଅଲ୍ଲୁ ଅର୍ଜୁନଙ୍କର ସବୁ ଫିଲ୍ମ ଦେଖିଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।