Cricket: ନ୍ୟୁଜିଲାଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ
"ପ୍ରୋଭିଡେନ୍ସ, : କିସି କାର୍ଟି ଓ ସାଇ ହୋପ୍ଙ୍କ ତୃତୀୟ ୱିକେଟ୍ରେ ୧୩୧ ରନ୍ର ଭାଗୀଦାର ବଳରେ ୱେଷ୍ଟଇଣ୍ଡିଜଏଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ୭ ୱିକେଟ୍ରେ ଜିତି ନେଇଛି।
ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି।
ଦ୍ବିତୀୟ ଦିନିକିଆ ଏଠାରେ ସୋମବାର ଖେଳାଯିବ।Advertisment ଆହୁରି ପଢନ୍ତୁ:Harshit Rana: ଇଂଲଣ୍ଡ ଦିନିକିଆ ଦଳରୁ ହର୍ଷିତ ବାଦ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବାଭ୍ରମଣକାରୀ ନ୍ୟୁଜିଲାଣ୍ଡ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା।
ଡାରିଲ ମିଚେଲ (୬୭) କେବଳ ଅର୍ଦ୍ଧଶତକ ଅର୍ଜନ କରିଥିଲେ।
ଏକଦା ଦଳ ୪୦ ଓଭରରେ ୨୧୬/୪ କରି ୩୦୦ରୁ ଅଧିକ ରନ୍ କରିବାର ଆଶା ସଞ୍ଚାର କରିଥିଲା ହେଲେ ଶେଷ ୬ ୱିକେଟ୍ ୩୩ ରନ୍ରେ ହରାଇ ୨୬୭ ରନ୍ରେ ଅଟକି ଯାଇଥିଲା।
ପଦାର୍ପଣକାରୀ ଇଣ୍ଡିଜ୍ ବୋଲର ଭିଟେଲ ଲୱେସ୍ ୩/୫୪ ବୋଲିଂ ସଫଳତା ପାଇଥିଲେ।
ଆହୁରି ପଢନ୍ତୁ:Messi: ମେସିଙ୍କ ନୂଆ ରେକର୍ଡ ସେ ନିକୋଲାସ ପୁରନ, ମାର୍କ ଚାପମାନ ଓ ମିଚେଲ ବ୍ରେସୱେଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ।
୨୬୮ ରନ୍ର ବିଜୟ ଲକ୍ଷ୍ୟକୁ ଇଣ୍ଡିଜ୍ ୭ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।
କାର୍ଟି ୯୫ ରନ୍ କରି ଆଉଟ୍ ହୋଇଥିଲା ବେଳେ ସାଇ ହୋପ୍ ୮୭ ରନ୍ର ଅପରାଜିତ ପାଳି ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ।
ଆକିମ ଅଗଷ୍ଟି ୩୮ ଓ ସେର୍ଫାନେ ରଦରଫୋର୍ଡ ୨୨* ରନ୍ କରିଥିଲେ।
ମାତ୍ର ୫ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା କାର୍ଟି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିପୁରସ୍କାରପାଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।