Cricket: ବଲ୍ ଟାମ୍ପରିଂ ବିବାଦ: କମିନ୍ସଙ୍କ ସମର୍ଥନରେ ହାଜେଲଉଡ୍
ସିଡନି: ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ବଲ୍ ଟାମ୍ପରିଂ ପାଇଁ ପଡ଼ିଆକୁ ବାଲିକାଗଜ (ସ୍ୟାଣ୍ଡପେପର) ନିଆଯାଇଥିବା ସମ୍ପର୍କରେ ତାଙ୍କୁ କିଛି ଜଣା ନଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍।
ଏଥିସହ ସେ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ସମର୍ଥନ କରିଛନ୍ତି।
ପୂର୍ବତନ ବ୍ୟାଟର୍ ଉସମାନ ଖୱାଜାଙ୍କ ପୁସ୍ତକକୁ ନେଇ ବିବାଦ ଚାଲିଥିବାବେଳେ ହାଜେଲଉଡ୍ଙ୍କ ଏହି ବୟାନ ଆସିଛି।
ଦଳର ସମସ୍ତ ଖେଳାଳି ଏହି ଘଟଣା ବିଷୟରେ ଜାଣିଥିଲେ ବୋଲି ଖୱାଜା ଲେଖିଛନ୍ତି।
Advertisment IND vs NZ: ଶତକ ସହିତ କିମ୍ବଦନ୍ତୀଙ୍କ ତାଲିକାରେ ଲୋକେଶ ରାହୁଲ ସାମିଲ; ଏମିତି ହେଲେ ଦ୍ୱିତୀୟ ଏସୀୟ ଓପନର ଏ ନେଇ ହାଜେଲଉଡ୍ କହିଛନ୍ତି, ଘଟଣା ପରେ ତାଙ୍କୁ ୨-୩ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା।
କିନ୍ତୁ ବଲ୍ ଟାମ୍ପରିଂ ଯୋଜନା କିମ୍ବା ପଡ଼ିଆରେ ସ୍ୟାଣ୍ଡପେପର ବ୍ୟବହାର ସମ୍ପର୍କରେ ତାଙ୍କର କୌଣସି ଜ୍ଞାନ ନଥିଲା।
ଡେଭିଡ୍ ୱାର୍ଣ୍ଣର ଓ କାମେରନ୍ ବାନ୍କ୍ରଫ୍ଟ ଖୱାଜାଙ୍କ ମତକୁ ସମର୍ଥନ କରିଥିବାବେଳେ ମିଚେଲ ଷ୍ଟାର୍କ ଓ କମିନ୍ସ ପୂର୍ବ ଆଭିମୁଖ୍ୟରେ ଅଟଳ ରହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
