Cricket: ଜାନୁଆରିରେ ହୋଇପାରେ ଭାରତର ବାଂଲାଦେଶ ଗସ୍ତ

Aug 28, 2026 - 22:07
Cricket: ଜାନୁଆରିରେ ହୋଇପାରେ ଭାରତର ବାଂଲାଦେଶ ଗସ୍ତ

"ନୂଆଦିଲ୍ଲୀ: ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ଚଳିତ ବର୍ଷ ଭାରତର ବାଂଲାଦେଶ ଗସ୍ତ ସମ୍ଭାବନା ନାହିଁ।

ଆସନ୍ତା ଜାନୁଆରି ମାସକୁ ଏହି ଗସ୍ତ ଘୁଞ୍ଚିପାରେ।

ଏ ନେଇ ଭାରତ ସରକାରଙ୍କ ସହ ଆଲୋଚନା ଚଳାଇଛି ବିସିସିଆଇ।

ମୂଳ କାର୍ଯ୍ୟକ୍ରମ ଅନୁସାରେ ଭାରତ ୨୦୨୫ ଅଗଷ୍ଟ-ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରି ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାର ଥିଲା।

କିନ୍ତୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଯୋଗୁଁ ଏହା ସମ୍ଭବ ହୋଇପାରି ନ ଥିଲା।Advertisment ତେବେ ସେଠାରେ ନିର୍ବାଚିତ ସରକାର ଆସିବା ପରେ ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ଗସ୍ତ କରାଯିବାକୁ ଉଦ୍ୟମ କରାଯାଉଥିଲା।

ମାତ୍ର ପୂର୍ବ ନିର୍ଦ୍ଧାରିତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଯୋଗୁଁ ଏହା ସମ୍ଭବ ଲାଗୁ ନାହିଁ।

ପୁଣି ସୁରକ୍ଷା କାରଣରୁ ଭାରତ ସରକାରଙ୍କ ଅନୁମତି ମଧ୍ୟ ଆବଶ୍ୟକ କରୁଛି ବିସିସିଆଇ।

Asia Cup Cricket: ଦୁବାଇରେ ଆରମ୍ଭ ହେବ ମହିଳା ଏସିଆ କପ୍‌ କ୍ରିକେଟ୍‌ ଚଳିତ ବର୍ଷ ଏହି ଗସ୍ତ ସମ୍ଭବ ହେଉ ନଥିବାରୁ ଆସନ୍ତା ବର୍ଷ ଆରମ୍ଭରେ ଏହା କରିବାକୁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ବିସିସିଆଇକୁ ଅନୁରୋଧ କରିଛି।

ବିସିସିଆଇ ଏହି ଅନୁରୋଧ ଉପରେ ଗୁରୁତ୍ବର ସହ ବିଚାର କରୁଛି ଏବଂ ଏ ନେଇ ସରକାରଙ୍କ ଅନୁମତି ଲୋଡ଼ାଯାଇଛି।

ଜାନୁଆରିରେ ଅଷ୍ଟ୍ରେଲିଆର ଗୁରୁତ୍ବପୂର୍ଣ୍ଣ ଭାରତ ଗସ୍ତ ହେବାକୁ ଥିବାବେଳେ ତା ପୂର୍ବରୁ ଏହି ଶୃଙ୍ଖ​ଳା ଆୟୋଜିତ ହୋଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)