Cricket: କୋଇଡ଼ା ମାଇନିଂ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ
କୋଇଡା: କୋଇଡା କ୍ରିକେଟ୍ ଆସୋସିଏସନ ଟ୍ରଷ୍ଟ ଆନୁକୂଲ୍ୟରେ ସପ୍ତମ ରାତ୍ର କୋଇଡା ମାଇନିଂ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ସ୍ଥାନୀୟ ଗୋପବନ୍ଧୁ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ୍ ୧୬ ଗୋଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟର ଭାଗ ନେଇଛନ୍ତି। ଉଦ୍ଗାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ଜିଲ୍ଲା କୋଇଡା ବିଡିଓ ରଶ୍ମିରେଖା ପାତ୍ର ଓ ଅନ୍ୟ ଅତିଥି ମଧ୍ୟରେ କୋଇଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ, କୋଇଡା ଅତିରିକ୍ତ ତହସିଲଦାର ନିର୍ମଳ ବିଶ୍ୱାଳ, ସବ୍ ଇନ୍ସପେକ୍ଟର ସାମୁଏଲ ହେମ୍ରମ, କାଲଟା ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, କୋଇଡା ବିଜେପି ମଣ୍ଡଳ ପ୍ରତିନିଧି ମେଲେରି ବାରିକ, ରାମ ପ୍ରକାଶ ଜୟସ୍ୱାଲ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ଙ୍କୁ ପୂଜାର୍ଚ୍ଚନା ସହ ଆନୁଷ୍ଠାନିକ ଭାବେ ଉଦ୍ଗାଟନ କରିଥିଲେ।
ରାତ୍ରିକାଳୀନ ମ୍ୟାଚ୍ ଖେଳାଯାଉଥିବାରୁ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଉଦ୍ଗାଟନୀ ମ୍ୟାଚ୍ ୱେଭ୍ ଷ୍ଟୋର୍ମ କେନ୍ଦୁଝର ବନାମ ମାରୁତି ଏକାଦଶ ଯୋଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍ ପ୍ରାରମ୍ଭରେ କୋଇଡା ତହସିଲଦାର ଚିନ୍ମୟ ଦାସ ଯୋଗଦେଇ ଉଭୟ ଦଳକୁ ଉତ୍ସାହିତ କରିବା ସହିତ ଟୁର୍ଣ୍ଣାମେଣ୍ଟର ଭବ୍ୟ ଆୟୋଜନ ପାଇଁ ଆୟୋଜକ ମଣ୍ଡଳୀଙ୍କୁ ଶୁଭେଚ୍ଚା ବାର୍ତ୍ତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆହୁରି ପଢ଼ନ୍ତୁ: Suryakumar Yadav: ଲୋକେ କ୍ରିକେଟ୍କୁ ବୁଝନ୍ତି ନାହିଁ : ସୂର୍ଯ୍ୟକୁମାର
ପ୍ରଥମ ଦିବସରେ ଏକ ପ୍ରଦର୍ଶନୀ ମ୍ୟାଚ ପ୍ରେସ୍ ଆଡମିନ୍ ବନାମ କୋଇଡା ଭେଟେରାନ୍ ମଧ୍ଯରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୋଇଡା ଭେଟେରାନ୍ ଦଳ ୧ ରନ୍ରେ ବିଜୟୀ ହୋଇଥିଳା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳ ପାଇଁ ୧ ଲକ୍ଷ ଓ ଉପବିଜେତା ଦଳ ପାଇଁ ୭୦ ହଜାର ନଗଦ ସହ ଟ୍ରଫି ରଖାଯାଇଛି। ସେହିପରି ଶ୍ରେଷ୍ଠ ଖେଳାଳି, ଫିଲ୍ଡର, ସିକ୍ସର୍, କିପର୍ ଆଦି ପୁରସ୍କାର ସହ ପ୍ରତ୍ୟକ ମ୍ୟାଚ୍ ପାଇଁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନର ବ୍ୟବସ୍ଥା ରହିଛି।
ଟୁର୍ଣ୍ଣାମେଣ୍ଟକୁ ସିଧାପ୍ରସାରଣ ଟେଲିକାଷ୍ଟରେ ହେଉଛି। ଏହାର ଫାଇନାଲ ମୁକାବିଲା ଆସନ୍ତା ୬ ତାରିଖ ଶନିବାର ଖେଳାଯିବା ନେଇ ଆୟୋଜକ ପ୍ରକାଶ କରିଛନ୍ତି। କୋଇଡା କ୍ରିକେଟ ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ସଭାପତି ରାଜେନ୍ଦ୍ର ରଣା, ରାଜେଶ ଜୟସ୍ୱାଲ, କୋଷାଧ୍ୟକ୍ଷ ଅଶ୍ୱିନି ପରିଡା, ଦିପକ କୁମାର ପାତ୍ର, ଶ୍ରୀକାନ୍ତ ଜେନା, ଦିପକ ବାର୍ଲା, କପିଲ ଦାସ, ବକ୍ତ ବାରିକ, ଆୟୁଧେଶ ଜୟସ୍ୱାଲ, ଅଭିଷେକ ଦାଶ, ବଦ୍ରି, ରାହୁଲ ଜୟସ୍ୱାଲ, ଏମ୍ଡି ଇମରାନ, ସାହିଲ, ସୁମନ, ଚିନୁ, ରିହାନ, ରୁଦ୍ର, ସଦାବ, ସତ୍ୟ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟଗଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।