Cricket: କିଏ ଏହି ସୁନ୍ଦରୀ ମହିଳା କ୍ରିକେଟର? ସେଲିବ୍ରେସନ୍ କରି ହେଲେ ଭାଇରାଲ…
"ନୂଆଦିଲ୍ଲୀ: ମହିଳା ଦିଲ୍ଲୀ ପ୍ରିମିୟର ଲିଗ୍ ୨୦୨୬ର ଜଣେ କ୍ରିକେଟର ନିଜର ବିରଳ ପ୍ରଦର୍ଶନ ପାଇଁ ଭାଇରାଲ ସାମାଜିକ ଗଣମାଧ୍ୟମ ଜରିଆରେ ହୋଇଛନ୍ତି।
ଇଣ୍ଟରନେଟ୍ ମିଡିଆରେ ତାଙ୍କର ଭିଡିଓ ଦେଖିବାକୁ ମିଳୁଛି।
ଏବେ ପ୍ରଶ୍ନ ଉଠୁଛି ଯେ, ଏହି ସୁନ୍ଦରୀ କ୍ରିକେଟ୍ର କିଏ?Advertisment ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି କ୍ରିକେଟ୍ର ହେଉଛନ୍ତି ମେଧାବୀ ବିଧୂରୀ, ଯାହାଙ୍କର ବୟସ ମାତ୍ର ୨୦।
ସେ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ସେଣ୍ଟ୍ରାଲ କିଙ୍ଗ୍ସ ପାଇଁ ଖେଳୁଛନ୍ତି।
ଗତ ୨୦ ତାରିଖରେ ଦିଲ୍ଲୀ ସୁପରଷ୍ଟାର ବିପକ୍ଷରେ ସେ ୨ଟି ୱିକେଟ୍ ହାସଲ କରିଥିଲେ।
ଏହା ପରେ ସେ ୬ରୁ ୭ ଥର ସେଲିବ୍ରେସନ୍ କରିଥିଲେ।
ଧୀରେଧୀରେ ତାଙ୍କର ସେଲିବ୍ରେସନ ଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା।
ମ୍ୟାଚ୍ ପରେ ସେ ସେ ନିଜର ସେଲିବ୍ରେସନ୍ ସଂପର୍କରେ କହିଥିଲେ।
ମେଧାବୀ ଦିଲ୍ଲୀର ମହିଳା ଟିମ୍ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି।
୨୦୦୫ ଅକ୍ଟୋବର ୨୯ରେ ଜନ୍ମ ନେଇଥିବା ମେଧାବୀ ଦିଲ୍ଲୀର ଘରୋଇ କ୍ରିକେଟ୍ରେ ଅଂଶଗ୍ରହଣ କରିବା ସହିତ ଅଲରାଉଣ୍ଡର ଭାବେ ଖେଳନ୍ତି।
ଦିଲ୍ଲୀ ପ୍ରିମିୟର ଲିଗର ମୁକାବିଲାରେ ମେଧାବୀ ୧୬ତମ ଓଭରରେ ନିଶିକା ସିଂହଙ୍କୁ ଆଉଟ୍ କଲା ପରେ ଉତ୍ସାହିତ ହୋଇଥିଲେ।
ଗତ ସଂସ୍କରଣରେ ସେ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର ପାଇଁ ଖେଳିଥିଲେ।
View this post on Instagram ମ୍ୟାଚ୍ ପରେ ସେ ଗଣମାଧ୍ୟମକୁ କହିଥିଲେ, ଏହା "୬-୭" ସେଲିବ୍ରେସନ।
ଏହାର ଟ୍ରେଣ୍ଡ ଜାରି ରହିଛି।
ମୋର ସାନ ଭଉଣୀ Gen-Zର ଅଂଶବିଶେଷ ହୋଇଛି।
ସେ କହିଥିଲା, ନିଜର ଜର୍ସି ନମ୍ବର ୬୭ ରଖ ଏବଂ ସେଲିବ୍ରେସନ୍ କର।
ଦୁଇ ୱିକେଟ୍ ସଂପର୍କରେ ତାଙ୍କୁ ଯେତେବେଳେ ପଚରାଗଲା, ଆପଣ କ"ଣ ଭାବୁଛନ୍ତି।
ଜବାବରେ ସେ କହିଥିଲେ, ମୁଁ ଚାହୁଁଥିଲି ବଲ୍ ବାଉଣ୍ଡ୍ରିକୁ ନଯାଉ।
ମୁଁ ଚାହୁଁଥିଲି ମୋର ବଲ୍ ଡଟ୍ ହେଉ।
ସଂସ୍କରଣର ପ୍ରଥମ ମ୍ୟାଚ୍ ନେଇ ସେ କହିଥିଲେ, ବହୁତ ଭଲ ହୋଇଛି।
ଆମେ ବହୁତ କିଛି ସିଖିଲୁ।
ଆଗାମୀ ମ୍ୟାଚ୍ ନେଇ ସେ କହିଥିଲେ, ମୁଁ ଚାହୁଁଛି ଆମର ବ୍ୟାଟରମାନେ ଆହୁରି ଭଲ ପ୍ରଦର୍ଶନ କରନ୍ତୁ।
ଆଗାମୀ ମ୍ୟାଚ୍ରେ ନିଜକୁ ମଜବୁତ ଭାବେ ପ୍ରମାଣିତ କରନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


