Cricket: ୱେଲିଂଟନ୍ ଟେଷ୍ଟ୍: ଭାରତର ବିଶାଳ ସ୍କୋର୍ ୭୨୦/୯; ମ୍ୟାଚ୍ ବଞ୍ଚାଇବାକୁ ନ୍ୟୁଜିଲାଣ୍ଡର ସଂଘର୍ଷ
ୱେଲିଂଟନ୍: ସ୍ଥାନୀୟ ବେସିନ ରିଜର୍ଭ ପଡ଼ିଆରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତ ରେକର୍ଡଭରା ବିଶାଳ ସ୍କୋର୍ ୭୨୦/୯ରେ ପ୍ରଥମ ପାଳି ଘୋଷଣା କରିଛି।
ଫଳରେ ପ୍ରଥମ ପାଳିରେ ୩୬୮ ରନ୍ କରିଥିବା ନ୍ୟୁଜିଲାଣ୍ଡ ୩୫୨ ରନ୍ ପଛରେ ପଡ଼ିଥିଲା।
ଏବେ ଆଉ ଗୋଟିଏ ଦିନ ବାକି ଥିଲା ବେଳେ ଘରୋଇ ଦଳ ରବିବାରର ଷ୍ଟମ୍ପ୍ସ ବେଳକୁ ୨ ୱିକେଟ୍ ହରାଇ ୧୧୯ ରନ୍ କରି ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି।
Advertisment ଚତୁର୍ଥ ଦିନର ଖେଳ ଶେଷ ବେଳକୁ ଭାରତ ୨୩୩ ରନ୍ରେ ଆଗରେ ଥିଲା ବେଳେ ଡେଭନ କନ୍ୱେ (୫୯*) ଓ ରାଚିନ ରବୀନ୍ଦ୍ର (୨୭*) ତୃତୀୟ ୱିକେଟ୍ରେ ୫୯* ରନ୍ ଯୋଡ଼ି ବ୍ୟାଟିଂ ଜାରି ରଖିଛନ୍ତି।
ଅଧିନାୟକ ଟମ୍ ଲାଥମ (୦) ପୁଣି ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରା ଙ୍କ ବଲ୍ରେ ଆଉଟ୍ ହୋଇଥିଲେ।
ପ୍ରଥମ ପାଳିରେ ଅପରାଜିତ ୧୭୫ ରନ୍ କରିଥିବା ହେନରି ନିକୋଲ୍ସ (୩୧)ଙ୍କୁ ପ୍ରସିଦ୍ଧ କୃଷ୍ଣ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ।
ଟେଷ୍ଟ କ୍ରିକେଟ୍ରେ ପ୍ରଥମ ଥର ଗତକାଲିର ସ୍କୋର୍ ୪୮୬/୪ରୁ ଖେଳ ଆରମ୍ଭ କରିଥିବା ଭାରତ ଏଥିରେ ୨୩୪ ରନ୍ ଯୋଡ଼ି ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ କ୍ରିକେଟ୍ର ସର୍ବାଧିକ ଦଳଗତ ସ୍କୋର କରିଥିଲା।
୭୨୦/୯ ମଧ୍ୟ ଭାରତର ତୃତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍।
ଭାରତର ଏହି ପାଳିରେ ପ୍ରଥମ ସାତଟି ୱିକେଟ୍ ପାଇଁ ସବୁ ଭାଗୀଦାର ୫୦ରୁ ଅଧିକ ରନ୍ ହେବା ଟେଷ୍ଟ କ୍ରିକେଟ୍ ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା।
ଗତକାଲି ଅଧିନାୟକ ଶୁବମନ ଗିଲ୍ଙ୍କ ଆଉଟ୍ ପରେ ବ୍ୟାଟିଂକୁ ଆସିଥିବା ନାଇଟ୍ୱାଚ୍ମ୍ୟାନ୍ ଅଂଶୁଲ କମ୍ବୋଜ (୩୮)ଙ୍କୁ ଗ୍ଲେନ୍ ଫିଲିପ୍ସ ଆଉଟ୍ କରି ରବିବାର ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ।
ଏହାପୂର୍ବରୁ କମ୍ବୋଜ ଓ ଋଷଭ ପନ୍ତ ପଞ୍ଚମ ୱିକେଟ୍ରେ ୬୮ ରନ୍ ଯୋଡ଼ି ଦେଇଥିଲେ।
ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହାପରେ ପନ୍ତ ନିଜର ନବମ ଟେଷ୍ଟ୍ ଶତକ ହାସଲ କରିବା ସହ ଧ୍ରୁବ ଜୁରେଲଙ୍କ ସହ ଷଷ୍ଠ ୱିକେଟ୍ରେ ଆଉ ଏକ ଅର୍ଦ୍ଧଶତକୀୟ (୭୫ ରନ୍) ଭାଗୀଦାର ଗଢ଼ିଥିଲେ।
ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୧୫୩ ବଲ୍ରୁ ୧୨୮ (୧୦ ଚୌକା, ୬ ଛକା) ରନ୍ କରି ରାଚିନ ରବୀନ୍ଦ୍ରଙ୍କ ବଲ୍ରେ ଡିପ୍ ମିଡ୍ୱିକେଟ୍ ନିକଟରେ ନାଥନ ସ୍ମିଥ୍ଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ୍ ଫେରିଥିଲେ।
ୱାସିଂଟନ ସୁନ୍ଦର (୨୪)ଙ୍କ ସହ ଜୁରେଲ ଷଷ୍ଠ ୱିକେଟ୍ରେ ୫୪ ରନ୍ର ଯୋଡ଼ିଥିଲେ।
ଅକାଶ ଦୀପ ୨ ଛକା ସହ ୫ ବଲ୍ରୁ ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ଜୁରେଲ (୭୮, ୭୯ ବଲ୍, ୭ ଚୌକା, ୧ ଛକା) ଆଉଟ୍ ପରେ ଅଧିନାୟକ ଗିଲ୍ ପାଳି ଘୋଷଣା କରିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ୩ ଓ ରାଚିନ ରବୀନ୍ଦ୍ର ୨ ୱିକେଟ୍ ନେଇଥିଲେ।
ପାକିସ୍ତାନ କ୍ରିକେଟ: ଉଠିଲେ ବାବର, ଖସିଲେ ରିଜୱାନ ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ପ୍ରଥମ ପାଳି-୩୬୮/୧୦।
ଭାରତ ପ୍ରଥମ ପାଳି ୧୬୬ ଓଭରରେ-୭୨୦/୯ ଘୋଷିତ (କେଏଲ୍ ରାହୁଲ ୧୩୬, ଋଷଭ ପନ୍ତ ୧୨୮, ଶୁବମନ ଗିଲ୍ ୯୮, ଯଶସ୍ବୀ ଜୟସ୍ୱାଲ ୮୫, ଦେବଦତ୍ତ ପଡ଼ିକଲ ୮୦, ଧ୍ରୁବ ଜୁରେଲ ୭୮, ଗ୍ଲେନ୍ ଫିଲିପ୍ସ ୩/୧୫୪, ରାଚିନ ରବୀନ୍ଦ୍ର ୨/୪୪)।
ନ୍ୟୁଜିଲାଣ୍ଡ ଦ୍ବିତୀୟ ପାଳି-୪୫ ଓଭରରେ ୧୧୯/୨ (ଡେଭନ କନ୍ୱେ ୫୯*, ହେନରି ନିକୋଲ୍ସ ୩୧, ରାଚିନ ରବୀନ୍ଦ୍ର ୨୭*, ପ୍ରସିଦ୍ଧ କୃଷ୍ଣ ୧/୨୨, ଯଶପ୍ରୀତ ବୁମ୍ରା ୧/୩୩)।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
