Cricket: ୧୯ ରନ୍‌ରେ ୪ ୱିକେଟ ହରାଇ ଥିଲା ଭାରତ; ଜିମ୍ବାୱେଠାରୁ ବିଜୟ ଛଡ଼ାଇ ଆଣିଲେ ଭାରତୀୟ ଝିଅ

Oct 17, 2026 - 08:56
Cricket: ୧୯ ରନ୍‌ରେ ୪ ୱିକେଟ ହରାଇ ଥିଲା ଭାରତ; ଜିମ୍ବାୱେଠାରୁ ବିଜୟ ଛଡ଼ାଇ ଆଣିଲେ ଭାରତୀୟ ଝିଅ

"ରାୟପୁର: ପ୍ରଥମ ଟି-୨୦ରେ ଭାରତୀୟ ମହିଳା ଦଳ ଜିମ୍ବାୱେକୁ ୪ ୱିକେଟରେ ପରାସ୍ତ କରିଛି।

ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ଜିମ୍ବାୱେ ୧୧୪ ରନ କରିଥିଲା।

ଦଳ ପାଇଁ ଶାର୍ନ ମାୟର୍ସ ସର୍ବାଧିକ ୪୩ ରନ୍‌ କରିଥିଲେ।

ଭାରତ ପକ୍ଷରୁ ନନ୍ଦିନୀ ଶର୍ମା ସର୍ବାଧିକ ୨ ୱିକେଟ ନେଇଥିଲେ।

ଜବାବରେ ଭାରତ ୧୫.୪ ଓଭରରେ ୬ ୱିକେଟ ହରାଇଥିଲା।

ମନେ ହେଉଥିଲା ଯେ ଭାରତ ସହଜରେ ଜିତିଛି, କିନ୍ତୁ ପିଛା କରିବାର ଏକ ସମୟରେ ସେମାନେ ୧୯ ରନରେ ୪ ୱିକେଟ ହରାଇଥିଲେ।

ପରବର୍ତ୍ତୀ ସମୟରେ ଦୀପ୍ତି ଶର୍ମା ଏବଂ ନିକି ପ୍ରସାଦ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ବେଳେ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ।Advertisment ଭାରତ ପାଇଁ ଅଧିନାୟକ ସ୍ମୃତି ମନ୍ଧାନା (୯), ଅନୁଷ୍କା ଶର୍ମା (୪), ହରମନପ୍ରୀତ କୌର (୧) ଏବଂ ଶଫାଲି ବର୍ମା (୪) ରୂପରେ ଟିମ୍ ଇଣ୍ଡିଆ ୧୯ ରନରେ ୪ ୱିକେଟ ହରାଇଥିଲା।

ଏଠାରୁ ଲାଗୁଥିଲା ଯେ ଭାରତୀୟ ଦଳ ମ୍ୟାଚ୍ ହାରିଯିବ।

ଦୀପ୍ତି ଶର୍ମା ୩୭ ବଲ୍‌ରେ ୮ ଚୌକା ସହାୟତାରେ ୪୯ରନ୍‌ର ଏକ ଚମତ୍କାର ଇନିଂସ ଖେଳି ଦଳକୁ ରେଖା ପାର କରାଇଥିଲେ।

ଏହି ସମୟ ମଧ୍ୟରେ ନିକି ତାଙ୍କୁ ଚମତ୍କାର ସମର୍ଥନ କରିଥିଲେ।

ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନିକି ୩୫ ବଲ୍‌ରେ ୬ ଚୌକା ସହିତ ଅପରାଜିତ ୩୯ ରନ୍ କରିଥିଲେ।

Cricket: ଟି-୨୦ କ୍ରିକେଟରେ ଛକା, ବିଶ୍ୱ ରେକର୍ଡ ସ୍ଥାପନ କଲେ ଅଭିଷେକ ଶର୍ମା ପଞ୍ଚମ ୱିକେଟ୍ ପାଇଁ ସର୍ବାଧିକ ଭାଗୀଦାରିଦୀପ୍ତି ଏବଂ ନିକ୍କି ପଞ୍ଚମ ୱିକେଟ୍ ପାଇଁ ୮୨ ରନ୍ (୬୩ ବଲ୍) ଭାଗୀଦାରି କରିଥିଲେ, ଯାହା ଦଳ ପାଇଁ ଏକପାଖିଆ ବିଜୟରେ ପରିଣତ ହୋଇଥିଲା।

ମହିଳା ଟି୨୦ ଅନ୍ତର୍ଜାତୀୟରେ ପଞ୍ଚମ ୱିକେଟ୍ ପାଇଁ ଏହା ଭାରତର ସର୍ବାଧିକ ଭାଗୀଦାରି ଥିଲା।

ଏହି ଯୋଡ଼ି ମିତାଲି ରାଜ ଏବଂ ଅନୁଜା ପାଟିଲଙ୍କ ମଧ୍ୟରେ ଏହି ୱିକେଟ୍ ପାଇଁ ୭୭ ରନ୍‌ର ରେକର୍ଡକୁ ଅତିକ୍ରମ କରିଥିଲା।

ଭାରତର ପଞ୍ଚମ ୱିକେଟ୍ ଦୀପ୍ତି ଶର୍ମାଙ୍କ ରୂପରେ ୧୩.୪ ଓଭରରେ ୧୦୧ ରନ୍‌ରେ ପତନ ଘଟିଥିଲା।

ସେଠାରୁ ଭାରତକୁ ବିଜୟ ପାଇଁ କେବଳ ୧୪ ରନ୍ ଆବଶ୍ୟକ ଥିଲା।

ସପ୍ତମ ନମ୍ବରରେ ବ୍ୟାଟିଂ କରୁଥିବା ରିଚା ଘୋଷ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ।

ଅଷ୍ଟମ ନମ୍ବରରେ ବ୍ୟାଟିଂ କରୁଥିବା ଅରୁନ୍ଧତୀ ରେଡ୍ଡୀ ଅପରାଜିତ ୨ ରନ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ।

ଏହି ଇନିଂସରେ ଜିମ୍ବାୱେ ପାଇଁ ନ୍ୟାସା ଗ୍ୱାଞ୍ଜୁରା ସର୍ବାଧିକ ତିନୋଟି ୱିକେଟ ନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)