Cricket: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

Nov 16, 2026 - 14:19
Cricket: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

ଭୁବନେଶ୍ବର: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ ଘରୋଇ କ୍ରିକେଟ୍‌ରେ ଓଡ଼ିଶାର ପରାଜୟ ଜାରି ରହିଛି।

ନିଜର ପ୍ରଥମ ମ୍ୟାଚ୍‌ରେ ଗୁଜରାଟଠୁ ହାରିଥିବା ସ୍ବସ୍ତିକ ସାମଲଙ୍କ ଏହି ଦଳ ସୋମବାର ୮ ୱିକେଟ୍‌ରେ ବିଦର୍ଭଠୁ ପରାସ୍ତ ହୋଇଛି।

କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌ ପଡ଼ିଆରେ ଖେଳିଯାଇଥିବା ଏହି ମ୍ୟାଚ୍‌ରେ ବିଦର୍ଭ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା।

ବିସ୍ଫୋରକ ଆରମ୍ଭ କରିଥିବା ଓଡ଼ିଶା ଗୌରବ ଚୌଧୁରୀ (୫୩, ୨୮ ବଲ୍‌, ୫ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୧୬୧/୮ ଅଟକି ଯାଇଥିଲା।

ବିଦର୍ଭର ନାଚିକେତ ଭୂତେ (୪/୨୨)ଙ୍କ ଚମତ୍କାର ବୋଲିଂ ଆଗରେ ଓଡ଼ିଶା ବ୍ୟାଟର୍‌ ତିଷ୍ଠି ନ ପାରି ନଥିଲେ।

Advertisment ନିନାଦ ଓ ସର୍ବେଶ୍ବର ଗୋଟିଏ ଲେଖାଏଁ ୱିକେଟ୍‌ ଫଳରେ ଆରମ୍ଭରୁ ୨୦୦ରୁ ଅଧିକ ରନ୍‌ ଆଶାରେ ଥିବା ଓଡ଼ିଶା କଷ୍ଟେମଷ୍ଟେ ୧୫୦ ପାର୍‌ କରିପାରିଥିଲା।

ଗୌରବଙ୍କ ବାଦ୍‌ କାର୍ତ୍ତିକ ବିଶ୍ବାଳ (୩୦), ଆଶୀର୍ବାଦ ସ୍ବାଇଁ (୨୦), ଦେବବ୍ରତ ପ୍ରଧାନ (୧୬*) ଓ ସ୍ବସ୍ତିକ (୧୪) କେବଳ ଦୁଇଅଙ୍କ ଛୁଇଁ ପାରିଥିଲେ।

ଶୁଭ୍ରାଂଶୁ ସେନାପତି (୫), ସର୍ବେଶ୍ବର ମହାନ୍ତି (୭), ସୌମ୍ୟ ଲେଙ୍କା (୭) ଓ ନିନାଦ ରଥଭା (୨) ବିଫଳ ହୋଇଥିଲେ।

ଜବାବରେ ବିଦର୍ଭ କେବଳ ଅଧିନାୟକ ଅଥର୍ବ ତାଇଡ଼େ (୭୪, ୪୮ ବଲ୍‌, ୧୧ ‌ଚୌକା) ଓ ବରୁଣ ବିଷ୍ଟ (୬)ଙ୍କୁ ହରାଇ ୧୪ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା।

ଦିନେଶ ମାଲେବାର (୬୭*, ୪୨ ବଲ୍‌, ୯ ଚୌକା, ୧ ଛକା) ଓ ବେଦାନ୍ତ ଜାଜୁ (୧୧*) ଅପରାଜିତ ରହିଥିଲେ।

ଦିନେଶ ଓ ଅଥର୍ବ ପ୍ରଥମ ୱିକେଟ୍‌ରେ ୧୩.୨ ଓଭରରେ ୧୨୫ ରନ୍‌ ଯୋଡ଼ିଥିଲେ।

ଓଡ଼ିଶା ପକ୍ଷରୁ ନିନାଦ ଓ ସର୍ବେଶ୍ବର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶା ବୁଧବାର ଛତିଶଗଡ଼କୁ ଭେଟିବ।

Cricket: ସଚିନଙ୍କ ସହ ଗଲି କ୍ରିକେଟ୍ ଖେଳିଲେ ୱେଲ୍ସ ରାଜକୁମାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)