WEDNESDAY
01 JULY 2026

Welcome!

Unlock your personalized experience.
Sign Up

Cricket: ବିସିସିଆଇ ସିଓଇକୁ କଲେ ସ୍ଥାୟୀ ଅଭ୍ୟାସ କେନ୍ଦ୍ର

Jun 30, 2026 - 21:30
Cricket: ବିସିସିଆଇ ସିଓଇକୁ କଲେ ସ୍ଥାୟୀ ଅଭ୍ୟାସ କେନ୍ଦ୍ର

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ତାରକା ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ସ୍ଥାୟୀ ଭାବେ ବେଙ୍ଗାଲୁରୁ ସ୍ଥାନାନ୍ତର ହୋଇଛନ୍ତି। ଏଣିକି ସେ ସେଠାରେ ରହି ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ରେ ଅଭ୍ୟାସ କରିବେ। ବାରମ୍ବାର ଆହତ ହୋଇ ବେଙ୍ଗାଲୁରୁସ୍ଥିତ ସିଓଇକୁ ପୁନର୍ବାସ ପାଇଁ ଯିବାକୁ ପଡ଼ୁଥିବାରୁ ପାଣ୍ଡ୍ୟା ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବେଙ୍ଗାଲୁରୁରେ ବସବାସ କରିବା ପରେ ତାଙ୍କୁ ସିଓଇ ଯାଇ ପୁନର୍ବାସ କାର୍ଯ୍ୟକ୍ରମରେ ଯୋଗ ଦେବା ସହଜ ହେବ ବୋଲି ସେ ଆକଳନ କରିଛନ୍ତି। ପାଣ୍ଡ୍ୟା ବରୋଦାର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ବିଗତ କିଛି ବର୍ଷ ହେବ ମୁମ୍ବାଇରେ ରହି ଆସୁଛନ୍ତିି। ଏବେ କିନ୍ତୁ ଖେଳ ଜୀବନକୁ ତୁଳନାତ୍ମକ ଭାବେ ଲମ୍ବା କରିବାକୁ ବେଙ୍ଗାଲୁରୁକୁ ନିଜ ବାସସ୍ଥାନ କରିଛନ୍ତି। ସେଠାରେ ସେ ଏକ ଭଡ଼ାଘର ମଧ୍ୟ ନେଇ ସାରିଛନ୍ତି।

ବର୍ତ୍ତମାନର ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ସିଓଇକୁ ସ୍ଥାୟୀ ପ୍ରଶିକ୍ଷଣ କେନ୍ଦ୍ର କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ପାଣ୍ଡ୍ୟା। ୩୨ ବର୍ଷୀୟ ହାର୍ଦ୍ଦିକ ସଂପ୍ରତି ଜଙ୍ଘ ଆଘାତରୁ ସୁସ୍ଥ ହେଉଛନ୍ତି। ଏହି କାରଣରୁ ସେ ଇଂଲଣ୍ଡ ଗସ୍ତରୁ ବି ବାଦ୍‌ ପଡ଼ିଥିଲେ। ଆସନ୍ତା ୬ ମାସ ଧରି ସିଓଇରେ ପୁନର୍ବାସ ପ୍ରକ୍ରିୟାରେ ସାମିଲ ରହିବେ। ସେଠାରେ ତାଙ୍କ ପାଇଁ ବ୍ୟକ୍ତିଗତ ଫିଜିଓଥେରାପିଷ୍ଟ ଓ ଷ୍ଟ୍ରେଙ୍ଗ୍‌ଥ ଆଣ୍ଡ କଣ୍ଡିସନିଂ କୋଚ୍ ମଧ୍ୟ ରହିବେ। ନେଟ୍ ବୋଲରଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରିବା ବେଳେ ସେମାନଙ୍କ ପାରିଶ୍ରମିକ ମଧ୍ୟ ହାର୍ଦିକ ନିଜେ ବହନ କରିବେ।

Cricket: ହାର୍ଦିକ ପାଣ୍ଡ୍ୟାଙ୍କ ନିଷ୍ପତ୍ତି ଖୁବ୍‌ଶୀଘ୍ର: ମାହେଲା