Cricket: ବାଂଲାଦେଶରେ ପ୍ରଥମ ଥର ହାରିଲା ଅଷ୍ଟ୍ରେଲିଆ
"ଢାକା: ସ୍ଥାନୀୟ ଶେର୍-ଇ-ବାଙ୍ଗ୍ଲା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଡିଏଲ୍ ପଦ୍ଧତିରେ ଅଷ୍ଟ୍ରେଲିଆକୁ ୮୬ ରନ୍ରେ ପରାସ୍ତ କରିଛି।
ଫଳରେ ଗତ ୨୧ବର୍ଷର ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ଟାଣିଛି।
ପ୍ରଥମ ଥର ଲାଗି ବାଂଲାଦେଶ ୨୦୦୫ରେ କାର୍ଡିଫ୍ଠାରେ ୬ଥର ବିଶ୍ବବିଜେତା ଅଷ୍ଟ୍ରେଲିଆକୁ ହରାଇଥିଲା।
ଘରୋଇ ମାଟିରେ କିନ୍ତୁ ପ୍ରଥମ ଏବଂ ମୋଟ ଉପରେ ଦ୍ବିତୀୟ ବିଜୟ ହାସଲ କରିବାର ରେକର୍ଡ କରିଛି।Advertisment ମଙ୍ଗଳବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ୍ ହରାଇ ୨୮୪ ରନ୍ କରିଥିଲା।
ଦଳ ପକ୍ଷରୁ ମୋସେଦ୍ଦକ୍ ହୁସେନ ଅପରାଜିତ ୮୬ ରନ୍ କରିଥିବାବେଳେ ନଜମୁଲ୍ ହୁସେନ ସାନ୍ତୋ ୬୭ ଓ ତାଞ୍ଜିଦ୍ ହାସାନ ତମିମ୍ ୫୪ ରନ୍ କରିଥିଲେ।
ଜବାବରେ ଅଷ୍ଟ୍ରେଲିଆ ୪୨.୨ ଓଭରରେ ୯ ଓ୍ବିକେଟ୍ ହରାଇ ୧୯୧ ରନ୍ କରିଥିବାବେଳେ ବର୍ଷା ଓ ବଜ୍ରପାତ ଯୋଗୁଁ ମ୍ୟାଚ୍ ଅଟକିଯାଇଥିଲା।
ପରେ ଡକ୍ଓ୍ବର୍ଥ ଲୁଇସ୍ ପଦ୍ଧତି ଅନୁସାରେ ବାଂଲାଦେଶକୁ ବିଜୟୀ ଘୋଷଣା କରାଯାଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ କାମେରନ୍ ଗ୍ରିନ ଅପରାଜିତ ୫୨ ଓ ଆଲେକ୍ସ କେରି ୪୭ ରନ୍ କରିଥିଲେ।
ମୋସେଦ୍ଦକ୍ ହୁସେନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
ଆହୁରି ପଢ଼ନ୍ତୁ: Cricket: ଟେଷ୍ଟ କ୍ରିକେଟ୍ ପାଇଁ ବୈଭବଙ୍କୁ ଅପେକ୍ଷା କରିବାକୁ ହେବ: ଗାଙ୍ଗୁଲି ଏହି ପରାଜୟ ସହ ଗତ ୨୦ ବର୍ଷ ଧରି କାଏମ ଥିବା ଏକ ବିଶ୍ବରେକର୍ଡକୁ ହାତଛଡ଼ା କରିଛି ଅଷ୍ଟ୍ରେଲିଆ।
୨୦୦୬ରୁ ଏପର୍ଯ୍ୟନ୍ତ ବାଂଲାଦେଶ ମାଟିରେ ଅଷ୍ଟ୍ରେଲିଆ ୬ ଦିନିକିଆ ମ୍ୟାଚ୍ ଖେଳିଥିଲେ ବି କେବେବି ହାରିନଥିଲା।
କିନ୍ତୁ ସପ୍ତମ ମ୍ୟାଚ୍ରେ ପରାଜୟ ବରଣ କରିଛି।
ଅଷ୍ଟ୍ରେଲିଆ ନିଜର କେତେକ ବରିଷ୍ଠ ଖେଳାଳି ଯେପରିକି ପ୍ୟାଟ୍ କମିନ୍ସ, ମିଚେଲ୍ ମାର୍ଶ, ମିଚେଲ୍ ଷ୍ଟାର୍କ, ଟ୍ରାଭିସ୍ ହେଡ୍ଙ୍କ ବିନା ବାଂଲାଦେଶ ଗସ୍ତରେ ଅଛି।
"