PoK: ପାକ୍‌ ସେନାର ଗୁଳିମାଡ଼ରେ ୧୯ ଶିଶୁ, ୭ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

Jun 10, 2026 - 05:10
PoK: ପାକ୍‌ ସେନାର ଗୁଳିମାଡ଼ରେ ୧୯ ଶିଶୁ, ୭ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ଗତ ଜୁନ୍‌ ୫ ତାରିଖରୁ ଜୁନ୍‌ ୯ ମଧ୍ୟରେ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର)ରେ ପାକିସ୍ତାନ ଯେଉଁ ନିଷ୍ଠୁର ବର୍ବରତା ଏବଂ ରକ୍ତପାତ ଚଲାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ।

ପାକିସ୍ତାନୀ ସେନାର ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ ଜାକ୍‌ (ଜଏଣ୍ଟ ଅୱାମୀ ଆକ୍ସନ କମିଟି) ସହ ଜଡ଼ିତ ଅନେକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି।

Advertisment ତେବେ ଏହି ରକ୍ତାକ୍ତ ସଂଘର୍ଷରେ ୧୯ ଜଣ ଶିଶୁ ଏବଂ ୭ ଜଣ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ଏହି ଘଟଣାର ତଦନ୍ତ ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରାଯାଇଛି।

ଦାବି ହୋଇଛି ଯେ ପାକିସ୍ତାନ ସୁରକ୍ଷାବାହିନୀର ପାଖାପାଖି ୧୪ ହଜାର ସୁରକ୍ଷାକର୍ମୀଙ୍କୁ ପିଓଜେକେରେ ଆନ୍ଦୋଳନକୁ ଚାପିବାପାଇଁ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: Terror Training In Pok: ପିଓକେରେ ପାଠପଢ଼ା ନାଁରେ ପିଲାଙ୍କୁ ଧରାଇ ଦିଆଯାଉଛି ବନ୍ଧୁକ ଅସ୍ତ୍ର ଧରିନଥିବା ଆନ୍ଦୋଳନକାରୀଙ୍କ ବିରୋଧରେ ପାକ୍‌ ସେନା ଯୁଦ୍ଧାସ୍ତ୍ର ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଅଞ୍ଚଳରେ ଇଣ୍ଟରନେଟ୍‌ କଟକଣା ମଧ୍ୟ ଜାରି ହୋଇଛି।

ତେବେ ପାକ୍‌ ସେନାର ଏଭଳି ଅମାନବୀୟ କାର୍ଯ୍ୟକୁ ଭାରତ କଡ଼ା ନିନ୍ଦା କରିଛି।

ପିଓକେରେ ହିଂସାତ୍ମକ ସଂଘର୍ଷରେ ଏଯାବତ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ‌ଲୋକ ଆହତ ହୋଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।