Cricket: ପ୍ରଥମ ‘ଏ’ ଟେଷ୍ଟ୍‌: ଭାରତ ୧୧୩ ରନ୍‌ରେ ଅଲ୍‌ଆଉଟ୍‌

Oct 24, 2026 - 13:28
Cricket: ପ୍ରଥମ ‘ଏ’ ଟେଷ୍ଟ୍‌: ଭାରତ ୧୧୩ ରନ୍‌ରେ ଅଲ୍‌ଆଉଟ୍‌

ଲିନ୍‌କନ୍‌: ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଶନିବାରଠୁ ସ୍ଥାନୀୟ ବର୍ଟ ସୁଟ୍‌କ୍ଲିଫ୍‌ ଓଭାଲରେ ଆରମ୍ଭ ହୋଇଛି ଦୁଇ ଦେଶର 'ଏ' ଦଳ ମଧ୍ୟରେ ଅନୌପଚାରିକ ୪ଦିନିଆ ଟେଷ୍ଟ୍‌ ମ୍ୟାଚ୍‌।

ପ୍ରଥମ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ତାରକା ଖେଳାଳି କେଏଲ୍‌ ରାହୁଲ, ସାଇ ସୁଦର୍ଶନ ଓ ୱାସିଂଟନ ସୁନ୍ଦରଙ୍କ ସହ ୫ ଜଣ ବ୍ୟାଟର୍‌ ଶୂନରେ ଆଉଟ ହେବାରୁ ଭାରତ ମାତ୍ର ୧୧୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି।

Advertisment ନ୍ୟୁଜିଲାଣ୍ଡର ସାଇମନ କିନ୍‌ ୫ ଓ ଜାକ୍‌ ଗିବ୍‌ସନ୍‌ ୩ ୱିକେଟ୍‌ ନେଇ ଭାରତୀୟ ବ୍ୟାଟିଂକୁ ଧ୍ୱସ୍ତ କରିଛନ୍ତି।

ଭାରତର ୟଶ ରାଠୋଡ଼ ସର୍ବାଧିକ ୪୪ ରନ୍‌ କରିଥିଲା ବେଳେ ଦେବଦତ୍ତ ପଡ଼ିକଲ (୩୨), ଯଶସ୍ବୀ ଜୟସ୍ବାଲ (୧୭) ଓ ଅଂଶୁଲ କମ୍ବୋଜ (୧୦) କେବଳ ଦୁଇଅଙ୍କ ଛୁଇଁବାରେ ସଫଳ ହୋଇଥିଲେ।

ଅଧିନାୟକ ଧ୍ରୁବ ଜୁରେଲ (୧) ମଧ୍ୟ ବିଫଳ ହୋଇଛନ୍ତି।

ପ୍ରଥମ ୱିକେଟ୍‌ରେ ୧୩୨ ରନ୍‌ ଯୋଡ଼ିଥିଲେ ଜବାବରେ ନ୍ୟୁଜିଲାଣ୍ଡ ଶନିବାର ଷ୍ଟମ୍ପ୍ସ ବେଳକୁ ୧୩୫ ରନ୍‌ରେ ୩ ୱିକେଟ୍‌ ହରାଇ ୨୨ ରନ୍‌‌ରେ ଆଗୁଆ ରହିଛି।

କର୍ଟିସ ହିଫି (୩୭*) ଓ ମାଥ୍ୟୁ ବୟଲେ (୦*) ବ୍ୟାଟଂ ଜାରି ରଖିଛନ୍ତି।

ଅଧିନାୟକ ରିଜ୍‌ ମାରିଉ ଓ ହିଫି ପ୍ରଥମ ୱିକେଟ୍‌ରେ ୧୩୨ ରନ୍‌ ଯୋଡ଼ିଥିଲେ।

ମାରିଉ (୭୬)ଙ୍କୁ ମୁକେଶ ଚୌଧୁରୀ ଏଲ୍‌ବିଡବ୍‌ଲ୍ୟୁ କରି ପ୍ୟାଭିଲିୟନ୍‌ ପଠାଇଥିଲେ।

ଏହାପରେ ଆକ୍ବିବ ନବି ଲଗାତାର ୨ ବଲ୍‌ରେ ଜୟଦେନ ଲେନକ୍ସ (୦) ଓ ଟିମ୍‌ ରବିନସନ୍‌ (୦)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଛନ୍ତି।

Yogi Adityanath: ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ଉତ୍ତର ପ୍ରଦେଶ ସରକାରଙ୍କ ଲକ୍ଷ୍ୟ: ଯୋଗୀ ଆଦିତ୍ୟନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)