Cricket: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା; ପୁଣି ଟିମ୍ ଇଣ୍ଡିଆରେ ପରିବର୍ତ୍ତନ
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଆକିବ ନବୀଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।
ବିସିସିଆଇ ପୁଣି ଥରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ କରିଛି।
ପୂର୍ବରୁ ଜମ୍ମୁ କଶ୍ମୀରର ଆକିବ ନବୀଙ୍କୁ ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ପାଇଁ ଦିନିକିଆ ଦଳରେ ସାମିଲ କରାଯାଇଥିଲା।
ଏବେ ପ୍ରଥମ ତିନୋଟି ଦିନିକିଆ ପାଇଁ ମଧ୍ୟ ନବିଙ୍କୁ ଦଳରେ ସାମିଲ କରାଯାଇଛି।
Advertisment Cricket: ୬ ଓଭରରେ ୧୧୮ ରନ୍, ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ ଆକିବ ନବୀ ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏକ ଦିନିକିଆରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ।
ସେ ପ୍ରଥମ ମ୍ୟାଚ୍ରେ ୮୪ ରନ୍ ଦେଇଥିଲେ।
ତଥାପି ଦଳ ପରିଚାଳନା ଏବଂ ଚୟନକର୍ତ୍ତାମାନେ ତାଙ୍କ ଉପରେ ଭରସା କରିଛନ୍ତି।
ଉଲ୍ଲେଖନୀୟ ଯେ ଶୁଭମନ ଗିଲ୍ ଏବଂ ନୀତିଶ କୁମାର ରେଡ୍ଡି ଶେଷ ଦୁଇଟି ଦିନିକିଆରେ ଖେଳିବେ ନାହିଁ।
ଟେଷ୍ଟ ସିରିଜ ପାଇଁ ସେମାନଙ୍କର ପ୍ରସ୍ତୁତିକୁ ଧ୍ୟାନରେ ରଖି ଗିଲ୍ ଏବଂ ନୀତିଶ ନଭେମ୍ବର ୧୩ ଏବଂ ୧୫ ତାରିଖରେ ଦିନିକିଆରେ ଖେଳିବେ ନାହିଁ। 🚨 News 🚨 Auqib Nabi added to #TeamIndia squad for first three ODIs vs New Zealand Details 🔽 | #NZvIND https://t.co/32rAdCiiDh — BCCI (@BCCI) October 31, 2026 ପ୍ରଥମ ତିନିଟି ଦିନିକିଆ ପାଇଁ ଭାରତ ଦଳ: ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେ.ଏଲ୍ ରାହୁଲ, ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରୁନୁର ବାର୍ର, ରୁତୁରାଜ ଗାଏକ୍ବାର୍ଡ, ଅର୍ଶଦୀପ ସିଂହ, ଈଶାନ କିଶନ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ନିତିଶ କୁମାର ରେଡ୍ଡୀ, ଆକିବ ନବୀ ଶେଷ ଦୁଇ ଦିନିକିଆ ପାଇଁ ଭାରତ ଦଳ: ଶ୍ରେୟସ୍ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଈଶାନ କିଶନ, ଅକ୍ଷର ପଟେଲ, ନମାନ ଧୀର, ଆକିବ ନବୀ, ଗୁରୁନୁର ବ୍ରାର୍ର, ରୁତୁରାଜ ଗାଏକ୍ବାର୍ଡ, ଅର୍ଶଦୀପ ସିଂହ, କୁମାର କୁଶାଗ୍ରା, ମହମ୍ମଦ ସିରାଜ, ୟଶ ଠାକୁର, କୁଲଦୀପ ଯାଦବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
