Cricket: ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଷେକଙ୍କ ବିସ୍ଫୋରକ ଶତକ; ତା’ପରେ ପଡ଼ିଆରେ ଶୁଭିଲା ଓଁ ନମଃ ଶିବାୟ ଜପ
ନୂଆଦିଲ୍ଲୀ: ୱେଲିଂଟନ୍ର ହେନ୍ରି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡର ବୋଲରଙ୍କୁ ନିସ୍ତୁକ ପିଟିବା ପରେ ଭାରତୀୟ ଟିମ୍ର ଯୁବ ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା ନିଜର ଉତ୍ସାହ ଏକ ଭିନ୍ନ ଶୈଳୀରେ ଦର୍ଶକଙ୍କୁ ଦେଖାଇଛନ୍ତି।
ମାତ୍ର ୩୫ଟି ବଲ୍ରେ ଆକର୍ଷଣୀୟ ଶତକ ହାସଲ କରିବା ପରେ ଅଭିଷେକ ଯେଉଁଭଳି ଭାବରେ ବସି ତପସ୍ୟା ମୁଦ୍ରାରେ ହାତଯୋଡ଼ିଲେ ଏବଂ 'ଓଁ ନମଃ ଶିବାୟ' ଜପ କଲେ, ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Advertisment ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମୁକାବିଲାରେ ୧୯୯ ରନ୍ର ଲକ୍ଷ୍ୟ ୧୩.୨ ଓଭରରେ ୪ଟି ୱିକେଟ୍ ହରାଇ ହାସଲ କରିଛି।
ଏଥି ସହିତ ଶ୍ରେୟସ ଆୟରଙ୍କ ଟିମ୍ ୫ଟି ମ୍ୟାଚ୍ର ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ହାସଲ କରିଛି।
ଏହା ପୂର୍ବରୁ ଘରୋଇ ଦଳ ଡେରିଲ ମିଚେଲ (ଅପରାଜିତ ୮୯ ରନ୍) ଏବଂ ଫିନ୍ ଏଲନ (୪୦)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୩ଟି ୱିକେଟ୍ ହରାଇ ୧୯୮ ରନ୍ କରିଥିଲେ।
ଲକ୍ଷ୍ୟ ପଛରେ ଗୋଡେଇ ଭାରତୀୟ ଟିମ୍ ପାଇଁ ଅଭିଷେକ ଶର୍ମା ପଡ଼ିଆରେ ଛକା-ଚୌକା ବର୍ଷା କରିଥିଲେ।
ସେ କେବଳ ୩୮ଟି ବଲ୍ର ସାମ୍ନା କରି ୧୧ଟି ଛକା ଏବଂ ୯ଟି ଚୌକା ବଳରେ ୧୧୩ ରନ୍ କରିଥିଲେ।
ଏହି ସମୟରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧୯ଟି ବଲ୍ ଖେଳି ୪୫ ରନ୍ କରିଥିଲେ।
ସେ ଅଭିଷେକ ଶର୍ମାଙ୍କୁ ଭଲ ସହଯୋଗ କରିଥିଲେ।
Ind vs NZ: ଅଭିଷେକଙ୍କ ଆଗରେ ମୁଣ୍ଡ ନୁଆଁଇଲା ନ୍ୟୁଜିଲାଣ୍ଡ, ଆଗୁଆ ଶୃଙ୍ଖଳା ଜିତିଲା ଭାରତ ଅଭିଷେକ ଶର୍ମା ଯେତେବେଳେ ୯ ଓଭରରେ ବାଉଣ୍ଡ୍ରି ଲଗାଇ ନିଜର ଶତକ ପୂରଣ କରିଥିଲେ, ତାଙ୍କର ଉତ୍ସାହ ଦେଖି ଦର୍ଶକମାନେ ଆତ୍ମବିଭୋର ହୋଇଯାଉଥିଲେ।
ନିଜକୁ ଭାରତୀୟ ବୋଲି ଗର୍ବ ଅନୁଭବ କରୁଥିଲେ।
ରନ୍ର ଝଡ଼ ସୃଷ୍ଟି କରିବା ପରେ ଅଭିଷେକ ଶର୍ମା ପଡ଼ିଆରେ ବସି ପଡ଼ିଥିଲେ।
ସେହି ସମୟରେ ତାଙ୍କର ମୁହଁରୁ 'ଓଁ ନମଃ ଶିବାୟ' ଶଦ୍ଦ ଶୁଣାଯାଉଥିଲା।
1⃣1⃣8⃣ in 6 overs 🤯 #TeamIndia 's Highest powerplay score in Men's T20Is ‼️ What a show by the openers 🍿 Updates ▶️ https://t.co/zf4CnZQ8CD #NZvIND pic.twitter.com/GnxpmRFqzX — BCCI (@BCCI) October 27, 2026 ୱେଲିଂଟନ ପୂର୍ବରୁ ଦିଲ୍ଲୀର ପଡ଼ିଆରେ ମଧ୍ୟ ଅଭିଷେକ ଶର୍ମା ନିଜର ବିସ୍ଫୋରକ ଶତକ ପରେ 'ଓଁ ନମଃ ଶିବାରକ୍ଷ କହି ଉତ୍ସାହ ପାଳନ କରିଥିଲେ।
ଦିଲ୍ଲୀରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷରେ ମୁକାବିଲାରେ ଅଭିଷେକ ୩୪ଟି ବଲ୍ରେ ୯ଟି ଚୌକା ଏବଂ ୧୧ଟି ଛକା ସହିତ ୧୦୮ ରନ୍ ସଂଗ୍ରହ କରିଥିଲେ।
ଏହି ମ୍ୟାଚ୍ରେ ସେ ୧୬ଟି ବଲ୍ରେ ଅର୍ଦ୍ଧଶତକ ହାସଲ ପରେ ପରବର୍ତ୍ତୀ ୧୪ଟି ବଲ୍ରେ ଶତକରେ ପହଞ୍ଚି ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
