Cricket: ଦ୍ବିତୀୟ ଟେଷ୍ଟରେ ମଧ୍ୟ ଶତକ ମାରିଲେ ଦେବଦତ୍ତ
"କଲମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି।
ଭାରତୀୟ ଯୁବ ବ୍ୟାଟର ଦେବଦତ୍ତ ପଡ୍ଡିକଲ ତାଙ୍କର ବ୍ୟାଟ ଗର୍ଜାଇଛନ୍ତି।
ସେ ଏହି ମୁକାବିଲାରେ ଶତକ ହାସଲ କରିଛନ୍ତି।
ଏହି ସିରିଜରେ ଏହା ହେଉଛି ତାଙ୍କର ଦ୍ବିତୀୟ ଶତକ।
ଏହା ପୂର୍ବରୁ ସେ ପ୍ରଥମ ଗାଲେ ଟେଷ୍ଟରେ ମଧ୍ୟ ସେ ଶତକ ହାସଲ କରିଥିଲେ।
ସେ ମ୍ୟାଚ୍ରେ ସେ ୧୬୭ ରନ୍ର ବିସ୍ଫୋରକ ବ୍ୟାଟିଂ କରିଥିଲେ।
ଦେବଦତ୍ତଙ୍କୁ ଗାଲେ ଟେଷ୍ଟରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ଚୟନ କରାଯାଇଥିଲା।
Advertisment ଯୁବ ବ୍ୟାଟର ଦେବଦତ୍ତ ଏହି ଇନିଂସରେ ନିଜର ଦମ୍ଭ ଦେଖାଇଛନ୍ତି।
ସଂଯମତାର ସହିତ ସେ ବ୍ୟାଟିଂ କରିଛନ୍ତି।
ସେ ୧୬୮ଟି ବଲ୍ ସାମ୍ନା କରି ଶତକ ହାସଲ କରିଛନ୍ତି।
ନିଜର ଏହି ଶତକରେ ସେ ଗୋଟିଏ ମଧ୍ୟ ଛକା ମାରି ନାହାନ୍ତି।
କିନ୍ତୁ ୧୦ଟି ଚୌକା ହାସଲ କରିଛନ୍ତି।
ସେ ଅଧିନାୟକ ଶୁଭମନ ଗିଲଙ୍କ ସହିତ ମିଶି ଭଲ ଭାଗିଦାରୀ କରିପାରିଛନ୍ତି।
ତାଙ୍କର ଏହି ପ୍ରୟାସ ଯୋଗୁଁ ଭାରତୀୟ ଟିମର ସ୍କୋର ପ୍ରଥମ ଦିନରେ ଭଲ ସ୍ଥିତିରେ ପହଞ୍ଚି ପାରିଛି।
Cricket: ଦିନିକିଆ କ୍ରିକେଟ୍ ଉପରେ ମତ ରଖିଲେ ପୂର୍ବତନ ଭାରତୀୟ କ୍ରିକେଟର; କ"ଣ କହିଲେ ଜାଣନ୍ତୁ ଟିମ୍ ଇଣ୍ଡିଆ ସ୍କୋର ୬୬ ରନ୍ରେ ୨ଟି ମୂଲ୍ୟବାନ ୱିକେଟ୍ ହରାଇଥିଲା।
ଏହା ପରେ ଶୁଭମନ ଗିଲ ଏବଂ ଦେବଦତ୍ତ ପଡ୍ଡିକଲ ତୃତୀୟ ୱିକେଟ୍ ପାଇଁ ୧୨୦ ରନ୍ର ଭାଗିଦାରୀ କରିଥିଲେ।
ସୂଚନାଯୋଗ୍ୟ ଟିମ୍ ଇଣ୍ଡିଆ ସ୍କୋର ୬୬ ରନ୍ରେ ୨ଟି ମୂଲ୍ୟବାନ ୱିକେଟ୍ ହରାଇଥିଲା।
ଏହା ପରେ ଶୁଭମନ ଗିଲ ଏବଂ ଦେବଦତ୍ତ ପଡ୍ଡିକଲ ତୃତୀୟ ୱିକେଟ୍ ପାଇଁ ୧୨୦ ରନ୍ର ଭାଗିଦାରୀ କରିଥିଲେ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ଠାରୁ କଲମ୍ବୋସ୍ଥିତ ସିଂହଳୀ ସ୍ପୋର୍ଟସ କ୍ଲବରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଯାଇଛି।
ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୪ ୱିକେଟ୍ ବିନିମୟରେ ୨୯୧ ରନ୍ ସଂଗ୍ରହ ହୋଇଛି।
ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ୪୫ ରନ୍, କେଏଲ୍ ରାହୁଲ ୧୮ ରନ୍ ଏବଂ ଶୁଭମନ ଗିଲ୍ ଅର୍ଦ୍ଧଶତକ (୫୦) କରିଥିଲେ।
ଶୁଭମନ ଗିଲ ୧୯୩ଟି ବଲ୍ ଖେଳି ୧୧୭ ରନ୍ ସଂଗ୍ରହ କରିଥିଲେ।
ଏଥିରେ ସେ ୧୨ଟି ଚୌକା ସାମିଲ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

