Cricket: କ୍ରୀଡ଼ା ସମ୍ପର୍କର ୧୦୦ ବର୍ଷ ପୂର୍ତ୍ତି; ଦିନିକିଆ ଲାଗି ନ୍ୟୁଜିଲାଣ୍ଡର ସ୍ୱତନ୍ତ୍ର ଜର୍ସି

Oct 11, 2026 - 12:51
Cricket: କ୍ରୀଡ଼ା ସମ୍ପର୍କର ୧୦୦ ବର୍ଷ ପୂର୍ତ୍ତି; ଦିନିକିଆ ଲାଗି ନ୍ୟୁଜିଲାଣ୍ଡର ସ୍ୱତନ୍ତ୍ର ଜର୍ସି

"ୱେଲିଂଟନ୍‌: ଭାରତ ସହ କ୍ରୀଡ଼ା ସମ୍ପର୍କର ୧୦୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ନ୍ୟୁଜିଲାଣ୍ଡ ଦଳ ଆଗାମୀ ଘରୋଇ ଦିନିକିଆ ଶୃଙ୍ଖଳାରେ ସ୍ୱତନ୍ତ୍ର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ଜର୍ସିର ନାମ "କୋଟାହିଟାଙ୍ଗା ଦିନିକିଆ ଜର୍ସି" ରଖାଯାଇଛି।

ଏଥିରେ ଉଭୟ ଦେଶର ସଂସ୍କୃତି, କ୍ରିକେଟ୍‌ ପ୍ରତି ଭଲପାଇବା, ଐତିହାସିକ ସମ୍ପର୍କ ଓ ପାରସ୍ପରିକ ସମ୍ମାନକୁ ପ୍ରତିଫଳିତ କରାଯାଇଛି।

Advertisment ନ୍ୟୁଜିଲାଣ୍ଡର ଶିଳ୍ପୀ ବେନ୍‌ ଥୋମାସନ୍‌ଙ୍କ ସହ ଗୁଜରାଟର ଶିଳ୍ପୀ ଶିବ ନାରଣଦାସ ଓ ଜୟ ପଞ୍ଚା ଏହି ଜର୍ସିର ଡିଜାଇନ୍‌ ପ୍ରସ୍ତୁତି କରିଛନ୍ତି।

ଜର୍ସିରେ ମାଓରୀ ସଂସ୍କୃତିର ପାରମ୍ପରିକ ନକ୍ସା ବ୍ୟବହାର କରି ଦୁଇ ଦେଶର ସମ୍ପର୍କ ଗଢ଼ିବାରେ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନ ଜଣାଇଛନ୍ତି ଥୋମାସନ୍‌।

ସେହିପରି ଭାରତୀୟ ସଂସ୍କୃତିର ତିନିଟି ପ୍ରତୀକ ଜାତୀୟ ଫୁଲ ପଦ୍ମ, ଭାରତୀୟ ସ୍ଥାପତ୍ୟକଳାର ନକ୍ସା ଏବଂ ମଣ୍ଡଳକୁ ଜର୍ସିରେ ସ୍ଥାନ ଦେଇଛନ୍ତି ଶିବ ଓ ଜୟ।

ଦିନିକିଆ ଜର୍ସି ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଗ୍ଲେନ୍‌ କ୍ରିଚ୍‌ଲି କହିଛନ୍ତି ଯେ ""ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକତାର ମୁଖ୍ୟ ଆଧାର ହେଉଛି କ୍ରୀଡ଼ା।

ଏହି ଜର୍ସି ଉଭୟ ଦେଶର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ବହୁଦିନ ଧରି ସ୍ମରଣୀୟ ହୋଇ ରହିବ।"" ସୂଚନାଯୋଗ୍ୟ ଯେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକ୍ଟୋବର ୨୨ରୁ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।

ଏହାପରେ ନଭେମ୍ବର ୪ରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୧୯ରୁ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ।

ଦୁଇଟି ଦଳ ଚୟନ କଲା ନ୍ୟୁଜିଲାଣ୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)