Cricket: କାଉଣ୍ଟି ଖେଳିବେ କୁଳଦୀପ ଯାଦବ

Jul 22, 2026 - 23:11
Cricket: କାଉଣ୍ଟି ଖେଳିବେ କୁଳଦୀପ ଯାଦବ

"ଲଣ୍ଡନ: ଭାରତୀୟ ସ୍ପିନର୍‌ କୁଳଦୀପ ଯାଦବ ବୁଧବାର ଆଠଟି କାଉଣ୍ଟି କ୍ରିକେଟ୍‌ ମ୍ୟାଚ୍‌ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।

ଚଳିତ କାଉଣ୍ଟି ଋତୁରେ ସେ ୟର୍କସାୟାର୍‌ ପକ୍ଷରୁ ଖେଳିବ।

ଏ ନେଇ ୟର୍କସାୟାର୍‌ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ଏହି ୩୧ ବର୍ଷୀୟ ଅନ୍ତର୍ଜାତୀୟ ସ୍ପିନର ୫ ୱାନ୍‌ଡେ କପ୍‌ ଖେଳିବେ।

ଏହା ପରେ ସେ ହେଡିଂଲେଠାରେ ରୋଥ୍‌ସେ କାଉଣ୍ଟି ଚାମ୍ପିଅନ୍‌ସିପ୍‌ର ଶେଷ ୪ ମ୍ୟାଚ୍‌ ମଧ୍ୟରୁ ୩ଟିରେ ଖେଳିବେ।Advertisment ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି କୁଳଦୀପ କହିଛନ୍ତି ଯେ ୟର୍କସାୟାର ପରି ଏକ ଐତିହାସିକ ଦଳ ପକ୍ଷରୁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ।

ଗୁରୁବାରଠାରୁ ଜିମ୍ବୱେ ବିପକ୍ଷରେ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଥିଲା ବେଳେ ଏହି ଦଳରେ କୁଳଦୀପଙ୍କୁ ସାମିଲ କରାଯାଇ ନାହିଁ।

ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଶୁତୋଷ ଶର୍ମା ନିଜର କାଉଣ୍ଟି ପଦାର୍ପଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪୮ ରନ୍‌ ଦେଇ ୩ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି।

Cricket legend: କ୍ରିକେଟ୍‌ କିଂବଦନ୍ତି ସୋବର୍ସଙ୍କ ଦେହାନ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।