Couple Killed in accident ନୟାଗଡ଼ରେ ଅଟୋକୁ ଧକ୍କା ଦେଲା ଇନୋଭା, ୨ ମୃତ
ନୟାଗଡ଼(ସନ୍ଦୀପ ଲେଙ୍କା): ନୟାଗଡ଼ ବାଇପାସ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣାକୁ ନେଇ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା।
Advertisment school auto accident ଛାତ୍ରୀଙ୍କ ଅଟୋ ଦୁର୍ଘଟଣା ମାମଲା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ମିଳିଥିବା ସୂଚନା ଅନୁଯାୟୀ, ଆଜି (ମଙ୍ଗଳବାର) ବିଳମ୍ବିତ ସନ୍ଧ୍ୟାରେ ନୟାଗଡ଼ ବାଇପାସ ରାସ୍ତାର ରାଜପାଟଣା ଛକ ନିକଟରେ ଦଶପଲ୍ଲା ପାର୍ଶ୍ଵରୁ ଦ୍ରୁତଗତିରେ ଆସୁଥିବା ଏକ ଇନୋଭା (ଓଡି ୦୭ ପି ୨୨୨୧) ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା।
ଫଳରେ ଅଟୋ ଚାଳକ ଆଭାସ ସାହୁ (୫୫) ଓ ପତ୍ନୀ ଜ୍ୟୋତ୍ସା ପାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ; ଜଣେ ଶିଶୁ ଓ ମହିଳାଙ୍କ ସମେତ ୧୦ ଆହତ, ୨ ଗୁରୁତର ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଅଟୋଟି ରାଜପାଟଣା ଛକରୁ ଗୋଡ଼ିପଡ଼ା ଅଭିମୁଖେ ଯାଉଥିଲା।
ଏଥିରେ ଗୋଡ଼ିପଡ଼ା ଅଞ୍ଚଳର ୩ ଜଣ ଯାତ୍ରୀ ଥିଲେ।
ଖବରପାଇ ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିରୁ ମୃତକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିବା ସହ ଘଟଣାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
