Controversy: ଚନ୍ଦାହାଣ୍ଡି ସଦର ସରପଞ୍ଚଙ୍କ ନାମ ଜିଲ୍ଲା ମହିଳା ମୋର୍ଚ୍ଚା କମିଟିରେ ଥିବା ନେଇ ବିବାଦ

Aug 21, 2026 - 15:04
Controversy: ଚନ୍ଦାହାଣ୍ଡି ସଦର ସରପଞ୍ଚଙ୍କ ନାମ ଜିଲ୍ଲା ମହିଳା ମୋର୍ଚ୍ଚା କମିଟିରେ ଥିବା ନେଇ ବିବାଦ

"ଚନ୍ଦାହାଣ୍ଡି (ମହମ୍ମଦ ହୁସେନ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ପଞ୍ଚାୟତର ସରପଞ୍ଚ ଗଙ୍ଗେସ୍ୱରୀ ପୂଜାରୀଙ୍କ ନାମ ବିଜେପି ଜିଲ୍ଲା ମହିଳା କାର୍ଯ୍ୟକାରୀ ସଦସ୍ୟ ଭାବେ ଘୋଷଣା କରିବା ପରେ ବିବାଦ ଦେଖା ଦେଇଛି।

ଏନେଇ ଶ୍ରୀମତୀ ପୂଜାରୀ ଏକ ପ୍ରେସ ବାର୍ତ୍ତାରେ ଲେଖିଛନ୍ତି ସେ ଦୀର୍ଘ ବର୍ଷ ଧରି ସେ ନିଜେ ଏବଂ ତାଙ୍କ ପରିବାର ବିଜୁ ଜନତା ଦଳର ଜଣେ  ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସୁଅଛନ୍ତି ।

ଇତି ମଧ୍ୟରେ ସେ ବିଜେଡିର ସମର୍ଥିତ ପ୍ରାର୍ଥୀନୀ ଭାବେ ତିନି ତିନି ଥର ଚନ୍ଦାହାଣ୍ଡି ସଦର ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।Advertisment ବିନା ପରାମର୍ଶରେ ରଖାଯାଇଛି ବିଜେଡିର ନୀତି ଆଦର୍ଶ ଓ ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ  ରମେଶ ଚନ୍ଦ୍ର ମାଝୀଙ୍କ ଦୃଢ଼ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କରି କାର୍ଯ୍ୟ କରି ଆସୁଅଛି।

ତେବେ ଆଜି ମାନ୍ୟବର ଝରିଗାଁ ବିଧାୟକ  ନରସିଂହ ଭତରା ନିଜର ଫେସବୁକ୍ ପୋଷ୍ଟରେ ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା କମିଟିର ତାଲିକା ପ୍ରକାଶନ ନେଇ ପୋଷ୍ଟ କରିଛନ୍ତି।

ଯେଉଁ ତାଲିକାରେ ତାଙ୍କ ନାମ, ଉକ୍ତ କମିଟିରେ ତାଙ୍କ ବିନା ପରାମର୍ଶରେ ରଖାଯାଇଛି।ସେ ଜାଣିବାରେ କେବେ ମଧ୍ୟ ବିଜେପି ଦଳରେ ଯୋଗ ଦେଇ ନାହାନ୍ତି କି କୌଣସି ପଦ ପଦବୀରେ ରଖିବାକୁ କହି ନାହାନ୍ତି।

ତାଙ୍କ ବିନା ପରାମର୍ଶରେ କିଭଳି ବିଜେପି ବାଲା ତାଙ୍କ ନାମ ପ୍ରକାଶ କଲେ ତାହାକୁ ନେଇ ସେ ଦୁଢ଼ ଭାବେ  ପ୍ରତିବାଦ କରିଛନ୍ତି।

ନିଜ ଦଳରେ ପ୍ରଚାର ପ୍ରସାର କରିବାକୁ ଅନ୍ୟ ବ୍ୟକ୍ତିଙ୍କ ନାମକୁ ସାମିଲ କରିବା ଭଳି  କାର୍ଯ୍ୟ ଠାରୁ ବିଧାୟକ ଦୁରେଇ ରୁହନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ବିଜୁ ଜନତା ଦଳରେ ଅଛି ଓ ଆଗକୁ ମଧ୍ୟ ରହିବି ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ବୋଲି ଏକ ପ୍ରେସ ନୋଟ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

Pranab Pattnaik: ଆରପାରିରେ ବର୍ଷୀୟାନ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media