CJP: ଜୟପୁରରେ ସିଜେପି ନେତାଙ୍କ ଉପରେ ଆକ୍ରମଣ, ସରକାରୀ ସ୍କୁଲ ଗସ୍ତ ବେଳେ ଗଣ୍ଡଗୋଳ
"ଜୟପୁର: ରାଜସ୍ଥାନର ଜୟପୁରସ୍ଥିତ ବଗରୁ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ସରକାରୀ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରିବାକୁ ଯାଉଥିବା ବେଳେ କାକରୋଚ୍ ଜନତା ପାର୍ଟି (ସିଜେପି)ର ସହ-ସଂଯୋଜକ ଆଶୁତୋଷ ରାଙ୍କା ଏବଂ ଦଳର କାର୍ଯ୍ୟକର୍ତ୍ତାଙ୍କ ଉପରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଶୁକ୍ରବାର ଦିନ ଘଟିଥିବା ଏହି ଆକ୍ରମଣରେ ଜଣେ ସ୍ୱେଚ୍ଛାସେବୀଙ୍କ ହାତ ଭାଙ୍ଗିଯାଇଥିବା ଆଶୁତୋଷ ସୂଚନା ଦେଇଛନ୍ତି।
ରାମପୁରା କନୱରପୁରା ଗ୍ରାମ ନିକଟରେ ଏହି ସଂଘର୍ଷ ଘଟିଥିବା ବେଳେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର କାର୍ଯ୍ୟକର୍ତ୍ତାମାନେ ଏହି ଆକ୍ରମଣ ପଛରେ ରହିଛନ୍ତି ବୋଲି ସିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।Advertisment ଗାଡ଼ି ଅଟକାଇ ଆକ୍ରମଣ ସୂଚନା ଅନୁସାରେ, ରାମପୁରା କନୱରପୁରା ଏବଂ ବାଟା ୱାଲାରେ ଥିବା ଦୁଇଟି ସରକାରୀ ସ୍କୁଲର ସ୍ଥିତି, ପାଠପଢ଼ା ଓ ଛାତ୍ରଛାତ୍ରୀଙ୍କ ସୁବିଧାସୁଯୋଗ ଯାଞ୍ଚ କରିବା ପାଇଁ ସିଜେପି ଟିମ୍ ସ୍ଥିର କରିଥିଲା।
ଏହା ପୂର୍ବରୁ ଆଶୁତୋଷ ସୋସିଆଲ ମିଡିଆରେ ପୋଷ୍ଟ କରି ଦର୍ଶାଇଥିଲେ ଯେ, ରାମପୁରା ସ୍କୁଲର ମୁଖ୍ୟ ଛାତ ବିପଜ୍ଜନକ ହୋଇପଡ଼ିବାରୁ ଛାତ୍ରଛାତ୍ରୀମାନଙ୍କୁ ପାଖରେ ଥିବା ଏକ ଟିଣ ଆସ୍କାରେ ପାଠ ପଢ଼ାଯାଉଛି।
ଏହି ଗସ୍ତ ନେଇ ସୂଚନା ମିଳିବା ପରେ କିଛି ଲୋକ ରାସ୍ତା ଅବରୋଧ କରି ସେମାନଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିଥିଲେ।
ସିଜେପି ସଂସ୍ଥାପକ ଅଭିଜିତ୍ ଦୀପକେ ମଧ୍ୟ ଏହି ଘଟଣାକୁ ନେଇ ରାଜସ୍ଥାନ ପୁଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
IndiGo: ଇଣ୍ଡିଗୋ ୱେବସାଇଟ୍ରେ ପୁଣି ବିଭ୍ରାଟ, ବିମାନ ଟିକେଟ୍ ବୁକିଂ ପ୍ରଭାବିତ ସରକାରୀ ସ୍କୁଲଗୁଡ଼ିକର କୋଠା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସିଜେପି ନେତାମାନେ ଗତ ଅଗଷ୍ଟ ୧୫ ତାରିଖରେ ଆଲୱାରର ଥାନାଗାଜିସ୍ଥିତ ସ୍କୁଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି ଘଟଣା ପରେ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇଥିଲା, ଯେଉଁଥିରେ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ବାହାର ଲୋକଙ୍କ ପ୍ରବେଶ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଉପରେ କଟକଣା ଲଗାଯାଇଛି।
ତେବେ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର ସ୍ପଷ୍ଟ କରିଛନ୍ତି ଯେ ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ, ମାତ୍ର ନାବାଳକ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର କିମ୍ବା ଫଟୋ ନେବା ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
