Continuous Rainfall Raises Mahanadi Water Level: ଉପରମୁଣ୍ଡରେ ଲଗାଣ ବର୍ଷା, ବଢୁଛି ମୁଣ୍ଡଳୀର ଜଳସ୍ତର

Jul 29, 2026 - 19:00
Continuous Rainfall Raises Mahanadi Water Level: ଉପରମୁଣ୍ଡରେ ଲଗାଣ ବର୍ଷା, ବଢୁଛି ମୁଣ୍ଡଳୀର ଜଳସ୍ତର

ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି। ଆଜି ମୁଣ୍ଡଳୀ ବ୍ୟାରେଜ୍ ଦେଇ ୫ ଲକ୍ଷ ୭୩ ହଜାର ୪୭୫ କ୍ୟୁସେକ୍ ବନ୍ୟାଜଳ ନିଷ୍କାସନ ହେଉଛି । ମୁଣ୍ଡଳୀରେ ଅପ୍  ଷ୍ଟ୍ରିମ୍ ଜଳସ୍ତର ୮୮. ୭୦ ଫୁଟ୍ ଓ ଡାଉନ୍  ଷ୍ଟ୍ରିମ୍ ଜଳସ୍ତର ୮୬.୫୦ ଫୁଟ୍ ରହିଛି। ଏବେ ହୀରାକୁଦରୁ ୨ ଟି ଗେଟରୁ ବନ୍ୟାଜଳ ନିଷ୍କାସନ ହେଉଛି। ମୁଣ୍ଡୁଳୀ ବ୍ୟାରେଜରେ ଜଳସ୍ତର ଦେଖିବାକୁ ଲୋକଙ୍କ ଭିଡ ଜମୁଛି । ସେପଟେ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ବିଶ୍ବଜିତ ଆଚାର୍ଯ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।