Congress Occupying 24 Akbar Road Headquarters Without Approval: ୨୦୧୩ରୁ କଂଗ୍ରେସ ବିନା ଅନୁମତିରେ ୨୪ ଆକବର ରୋଡ୍ ମୁଖ୍ୟାଳୟ ଦଖଲ କରିଛି: ଆରଟିଆଇ
କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଇଷ୍ଟେଟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା RTI ଉତ୍ତରରେ କୁହାଯାଇଛି ଯେ ଦିଲ୍ଲୀରେ ଅବସ୍ଥିତ ଆକବର ରୋଡର ବଙ୍ଗଳା ନମ୍ବର ୨୪, ୭ ଅଗଷ୍ଟ ୧୯୯୨ରେ କଂଗ୍ରେସ ଦଳକୁ ଆବଣ୍ଟିତ କରାଯାଇଥିଲା। କିନ୍ତୁ ଏହାର ଆବଣ୍ଟନ ୨୬ ଜୁନ୍ ୨୦୧୩ ଠାରୁ ବାତିଲ କରାଯାଇଛି । ସରକାରଙ୍କ ଅନୁଯାୟୀ, ବଙ୍ଗଳାଟି ସେବେଠାରୁ ଦଳର ଅନଧିକୃତ ଦଖଲରେ ରହିଛି।
ଆରଟିଆଇ ଆବେଦନର ଉତ୍ତରରେ ଇଷ୍ଟେଟ ନିର୍ଦ୍ଦେଶାଳୟ କହିଛି ଯେ ଜୁନ୍ ୨୬, ୨୦୧୩ ଠାରୁ ୨୪, ଆକବର ରୋଡ୍ ପାଇଁ କୌଣସି ଭଡ଼ା ମିଳିନାହିଁ। କଂଗ୍ରେସର ବକେୟା ଦେୟ କେତେ ରହିଛି. ତାହା ସମୀକ୍ଷା କରାଯାଉଛି ଏବଂ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନାହିଁ ।
ଆରଟିଆଇ ଆବେଦନକାରୀ କଂଗ୍ରେସକୁ ବଙ୍ଗଳା ଖାଲି କରିବାକୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସର କପି, ଯଦି କୌଣସି ଥାଏ, ତାହା ମଧ୍ୟ ମାଗିଥିଲେ। ନିର୍ଦ୍ଦେଶାଳୟ ସୂଚନା ପ୍ରଦାନ କରିବାକୁ ମନା କରିଦେଇଥିଲା, କାରଣ ଏପରି ରେକର୍ଡଗୁଡ଼ିକୁ କମ୍ପାଇଲ୍ ଫର୍ମରେ ରଖାଯାଏ ନାହିଁ ଏବଂ ସେଗୁଡ଼ିକୁ ସଂକଳନ କରିବା ଦ୍ୱାରା ସରକାରୀ କର୍ତ୍ତୃପକ୍ଷଙ୍କ ସମ୍ବଳକୁ ଅସମାନ ଭାବରେ ବ୍ୟବହାର କରାଯିବ।
୨୦୧୮ ମସିହାରେ ଇଣ୍ଡିଆ ଟୁଡେ ଦ୍ୱାରା ପ୍ରାପ୍ତ ଏକ ପୂର୍ବ RTI ଉତ୍ତର ପରିପ୍ରେକ୍ଷୀରେ ଏହି ସଦ୍ୟତମ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ । ସେଥିରେ ଇଷ୍ଟେଟ ନିର୍ଦ୍ଦେଶାଳୟ କହିଥିଲା ଯେ ୨୪, ଆକବର ରୋଡର ଲାଇସେନ୍ସ ଫି ୧ ଜୁଲାଇ ୨୦୧୭ ଠାରୁ ପ୍ରତି ମାସରେ ୩,୯୨୦ ଟଙ୍କାକୁ ସଂଶୋଧିତ କରାଯାଇଛି।
ସେହି ଉତ୍ତରରେ କଂଗ୍ରେସକୁ ଜାରି ୨୦୧୩ ରଦ୍ଦ ପତ୍ର ମଧ୍ୟ ସଂଲଗ୍ନ କରାଯାଇଥିଲା ଏବଂ ଉଲ୍ଲେଖ କରାଯାଇଥିଲା ଯେ ବଙ୍ଗଳାକୁ ରଖିବା ଏବଂ ସାଧାରଣ ଲାଇସେନ୍ସ ଫି ଆଦାୟ କରିବା ପାଇଁ ଦଳର ଅନୁରୋଧ ବିଚାରାଧୀନ ଥିଲା। ତେବେ ଏବେ ସୁଦ୍ଧା କେତେ ଟଙ୍କା କଂଗ୍ରେସର ଦେବାକୁ ଅଛି, ସେ ନେଇ ଆରଟିଆଇରେ ତଥ୍ୟ ମିଳିପାରିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।